ବ୍ୟାପକ ମହୁଲ ପୋଚ ନଷ୍ଟ କରିବା ସହ 35 ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପଂଚମହଲା ପଂଚାୟତ ଅନ୍ତର୍ଗତ କପାସିରା ଏବଂ ବାଘପାଲି ଗ୍ରାମରେ ଅବକାରୀ ବିଭାଗ ଚଢଉ କରି ୧୨ କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୩୫ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ମାତ୍ର କୌଣସି ଅଭିଯୁକ୍ତଙ୍କୁ ଧରିବାରେ ଅବକାରୀ ବିଭାଗ ସଫଳ ହୋଇନଥିବା ଜଣାପଡିଛି । ଉକ୍ତ ଅଂଚଳରେ ଦିନକୁ ଦିନ ବେଆଇନ ମଦ ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କାଁ ଭାଁ ପୁଲିସ କିମ୍ବା ଅବକାରୀ ବିଭାଗ ଚଢଉ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରୁଥିବାରୁ ମଦ ବ୍ୟବସାୟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ବୀରମହାରାଜପୁର ଅବକାରୀ ସବ୍‌ଇନ୍ସପେକ୍ଟର ସୁମିତ୍ରା ହେମ୍ରମଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ ଗୁରୁବାର ଚଢଉ କରିଥିବା ଜଣାପଡିଛି ।