Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ବିଶ୍ଵ ସାକ୍ଷରତା ଦିବସ ଓ ମେଧା ସମ୍ମାନ ସମାରୋହ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଗତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ଏହି ସ୍କୁଲର ତିନିଜଣ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉତ୍ସବରେ କୁଚିଣ୍ଡା ଆଇଟିଡିଏ, ଯୋଜନା ପ୍ରଶାସକ ହେମସାଗର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଧା ଓ ପ୍ରତିଭା ସମ୍ମାନ କୁ ସ୍ବାଗତ କରିବା ସହ ଦେଶକୁ ସଂପୂର୍ଣ୍ଣ ସାକ୍ଷର କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଭାତପୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଯୋଗଦେଇ ପ୍ରତିଭା ବିକାଶକୁ ଏକ ଆନ୍ଦୋଳନର ରୂପ ଦେବାକୁ ହେବ ବୋଲି କହିଥିଲେ। ପ୍ରାରମ୍ଭରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅଭିଯାନର ସଂଯୋଜକ କିଶାନ ବାର୍ଷିକ ବିବରଣୀ ସହ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ସ୍କୁଲ ଟପ୍ପର ଭାବରେ ସୀମାରେଖା ବାଘ ପ୍ରଥମ, ତନୁଜା କିଶାନ ଦ୍ବିତୀୟ ଏବଂ ସୁରମା ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରିଥିବା ମେଧାବୀ ଛାତ୍ରୀଙ୍କୁ ମାନପତ୍ର ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ। ଏହା ବ୍ୟତୀତ ବିଗତ ବର୍ଷ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କ୍ରୁତିତ୍ଵ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ଅଭିଯାନ ସଦସ୍ୟ ବିଜୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସ୍ବେଚ୍ଛାସେବୀ ମାନସୀ ବଗର୍ତ୍ତି, ନୃପଳାଲ ଦେବ, ସହକାରୀ ଶିକ୍ଷୟିତ୍ରୀ ମଞ୍ଜିଲ ନାୟକ, ଭାରତୀ ଭୋଇ, ଅଧ୍ୟାପକ ଅନଙ୍ଗ ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।