ଗ୍ରାମ ରୁ ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବୀ ପତ୍ର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଗ୍ରାମରେ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏ ବିଷୟରେ ବୀରମହାରାଜପୁର ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ ଗ୍ରାମର ସରକାରୀ ତଥା ଗୋଚର ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରି ସେଠାରେ କପା ଏବଂ ଅନ୍ୟାନ୍ୟ ଫସଲ ଚାଷ କରୁଛନ୍ତି । ଫଳରେ ଗ୍ରାମର ଗାଈଗୋରୁ ସେଠାରେ ଚାରଣ କରିପାରୁ ନାହାନ୍ତି । ଏଣୁ ଯଥାଶୀଘ୍ର ଜବରଦଖଲ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବୀରମହାରାଜପୁର ତହସିଲଦାର ବିବୁଦ ଗଡନାୟକ ଏହାର ପଦକ୍ଷେପ ଖୁବ ଶୀଘ୍ର ନିଆଯିବ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର କଲାକାହ୍ନୁ ମହାପାତ୍ର , ରଘୁନାଥ ମହାକୁର , ବିରେନ୍ଦ୍ର ନାରାୟଣ ପଣ୍ଡା , ଶତ୍ରୃଘନ ସୋଇଁ , କାହ୍ନୁଚରଣ ପଧାନ , ବାବାଜୀ ନୂଆଇ , କ୍ଷେତ୍ରବାସୀ କର୍ମୀ , ଆସିଷ ସାହୁ , ଗୋକୁଳାନନ୍ଦ ସାହୁ , ମହାଦେବ ସାହୁ , ବିନୋଦ ମହାକୁର , ମୋନଜ କର୍ମୀ , ଅଶୋକ ସାହୁ , ରାଧେଶ୍ୟାମ , ପଦ୍ମନାଭ ପଧାନ , ପଲସ୍ତି ଭୋଇ , ଲବ ପଧାନ , କାର୍ତ୍ତିକ ଭୋଇ , ଗଣ୍ଡାରାମ ପଧାନ , ଜଟିଆ କର୍ମୀ ଙ୍କ ସହ ବହୁ ଲୋକ ଦାବି ଜଣାଇଛନ୍ତି ।