Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରବି ବିହୀନ ଆଠମଲ୍ଲିକ୍ ତହସିଲ୍ କାର୍ଯ୍ୟାଳୟ

ଆଠମଲ୍ଲିକ: ଏକ ମାସ ବିତିଯାଇଥିଲେ ମଧ୍ୟ ଆଠମଲ୍ଲିକ ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର, ନାହିଁ କି ଅତିରିକ୍ତ ତହସିଲଦାର ନାହିଁ । ନାହିଁ ନାହିଁରେ ଚାଲିଛି କାର୍ଯ୍ୟାଳୟ, ସ୍ଥାନୀୟ ବିଡ଼ିଓ ସୌଭାଗ୍ୟ ବେହେରା ଅଛନ୍ତି ଚାର୍ଜରେ ।ସୂଚନା ଥାଉକି ଏଠାରେ ଥିବା ତହସିଲଦାର ଯୋଶବନ୍ତ ଦେହୁରୀଙ୍କ ଅନ୍ୟତ୍ର ବଦଳି ହେବା ପରେ ଖାଲିପଡ଼ିଛି ତହସିଲଦାର ପଦବୀ।ଲୋକେ ନିଜର ମୌଳିକସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି।ଆବାସିକ ପ୍ରମାଣପତ୍ର,ଜାତିଗତ ପ୍ରମାଣପତ୍ର,ଆୟ ପ୍ରମାଣ ଏମିତି ଅନେକ କିଛି ଠିକ୍ ସମୟରେ ପ୍ରାପ୍ତ ନ ହେବାରୁ ଲୋକଙ୍କ ମନରେ ଅସନ୍ତୋଷ ଲାଗିରହିଛି।