Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଚନା ଶିକ୍ଷା ଓ ଯୋଗାଯୋଗ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାରପାମ୍ପରିକ ଲୋକକଳା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ବ୍ଲକର ପ୍ରତ୍ୟେକ ଗ୍ରାମରେ ସୂଚନା ଶିକ୍ଷା ଓ ଯୋଗାଯୋଗ ନିମନ୍ତେ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ଗୁଡିକର ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ୍ କଳା ସସ୍କୃତି ସଂଘରେ ପଞ୍ଜୀକୃତ ୬୦ ରୁ ଉର୍ଦ୍ଧ ଦଳର ଦୁଇଜଣ ଲେଖାଏଁ କଳାକାର ଅଂଶ ଗ୍ରହଣ କରିଥିଲେ। ୧୧ ତାରିଖ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷ ସରୋଜ କମ୍ପ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନିରଞ୍ଜନ ନାୟକ, ବ୍ଲକ କଳା ସସ୍କୃତି ସଂଘର ଉପସଭାପତି ମାନଭଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିଲେ। ପ୍ରଥମ ଦିନରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ଦୋରା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାପାତ୍ର, ବ୍ଲକ ପୋଗ୍ରାମ ମେନେଜର (ଓଡ଼ିଶା ଜୀବିକା ମିଶନ) ମନୋଜ ପାତ୍ର, ବ୍ଲକ ପ୍ରକଳ୍ପ ସଂଯୋଜକ (ମିଶନ ଶକ୍ତି) ସଚ୍ଚିଦାନନ୍ଦ ବୁଡେକ୍ କଳାକାର ମାନଙ୍କ ବିଭିନ୍ନ ବିଭାଗୀୟ ଯୋଜନା ସମ୍ବନ୍ଧରେ ନିୟମାବଳୀ ଓ ତଥ୍ୟ ପ୍ରଦାନ କରିଥିଲେ। ଯାହାକି ଆଗାମୀ ଦିନରେ କଳାକାର ମାନେ ସମସ୍ତ ଗ୍ରାମକୁ ଯାଇ ପାରମ୍ପରିକ ଲୋକକଳା ମାଧ୍ୟମରେ ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିବେ।ଉଦଯାପନୀ ଦିବସରେ ସମସ୍ତ କଳାକାରଙ୍କୁ ପୁଣି ପ୍ରଶିକ୍ଷଣ ଦିଆଯାଇଥିଲା। ଯେଉଁଥିରେ ଜନ ସ୍ବାସ୍ଥ୍ୟ ଅଧିକାରୀ ଅମିତା ଚାନ୍ଦ ଯୋଗ ଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ହସ୍ପିଟାଲ ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ସମସ୍ତ କଳାକାର ଆଗାମୀ କାର୍ଯ୍ୟକ୍ରମର ପ୍ରାକ ପ୍ରସ୍ତୁତି ବିଷୟରେ ଲୋକକଳା ମାଧ୍ୟମରେ ପରିବେଷଣ କରିଥିଲେ। ଉଦଯାପନୀ ସମାରୋହରେ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ସସ୍କୃତି ସଙ୍ଘର ସଭାପତି ଅନୀଲ କୁମାର କୁଲୁ ଯୋଗ ଦେଇ ତରଭା ଅଞ୍ଚଳର କଳାକାର ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ଶହ ଆଗାମୀ କାର୍ଯ୍ୟକ୍ରମ ସବୁର ସଫଳ ରୂପାୟନ କଳାକାର ମାନଙ୍କ ଦ୍ବାରା ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ଏହି କାର୍ଯକ୍ରମକୁ ସଫଳ କରିବାରେ କଳାକାର ଶ୍ୟାମ ସୁନ୍ଦର ସାହୁ, ବିକ୍ରମ ସାହୁ, ଗରିବ ମଲ୍ଲିକ, ରମେଶ ସୁନା,ବିକ୍ରମ ବିଶି, ଜିତେନ୍ଦ୍ର ସାହୁ, ସୁଶିଲ ମୁଖୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ।