Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଲେଶ୍ଵର ସ୍କୁଲ ଗେଟ ରେ ତାଲା ପକାଇ ପ୍ରତିବାଦ କଲେ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟର ର ଡୁଲେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକମାନେ ସ୍କୁଲକୁ ମନଇଛା ଆସୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନ ଶୁଣିବାରୁ ମଙ୍ଗଳବାର ଗ୍ରାମବାସୀ ସ୍କୁଲ ଗେଟ ରେ ତାଲା ପକେଇ ପ୍ରତିବାଦ କରିଛନ୍ତି । ସୁଚନା ମୁତାବକ ପିତାମହୁଲ କ୍ଲଷ୍ଟର ଅଧିନସ୍ଥ ଡୁଲେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୧୦୬ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ସ୍କୁଲ କୁ ଠିକ୍ ସମୟ ରେ ଆସୁଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ୩ ଜଣ ଶିକ୍ଷକ ସ୍କୁଲ କୁ ମନ ଇଚ୍ଛା ଆସି ପୁଣି ମନ ଇଚ୍ଛା ସ୍କୁଲ ରୁ ପଳାଉ ଯାଉଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଦିନ ବିଦ୍ୟାଳୟ କୁ ଦିନ ୧୧ ଟା ପର୍ଯ୍ୟନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତ ୨ ଜଣ ସହକାରୀ ଶିକ୍ଷକ ଆସିନଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସର ରେ ବୁଲାବୁଲି କରୁଥିବା ଦେଖି ଗ୍ରାମବାସୀ ମାନେ ସ୍କୁଲ ଫାଟକ ରେ ତାଲା ମାରିଛନ୍ତି।
ସୁଚନା ପାଇ ପିତାମହୁଲ କ୍ଲଷ୍ଟର ସିଆରସିସି କୌସ୍ତୁଭମଣି ଦାସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିବାରୁ ବୀରମହାରାଜପୁର ବି.ଇ.ଓ ଙ୍କୁ ସୁଚନା ଦେଇଥିଲେ । ଏନେଇ ବୀରମହାରାଜପୁର ବି. ଇ.ଓ ଶାନ୍ତନୁ କୁମ୍ଭକାର ଙ୍କୁ ଯୋଗାଯୋଗ କରିବାରୁ ସ୍କୁଲ ରେ ଅବିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଥିବା ସୁଚନା ପାଇଛି । ଏନେଇ ଲିଖିତ ଅଭିଯୋଗ ମିଳିଲେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ