ଡା.ରାଜାରାମ ଷଡଙ୍ଗୀ ସରପଞ୍ଚ୍ ସଂଗଠନ ରାଜ୍ୟ ସଂପାଦକ ନିଯୁକ୍ତ


ସମ୍ବଲପୁର,ତା୧୬।୦୯:(ରମାକାନ୍ତବିଶ୍ବାଳ)
ସମ୍ବଲପୁର ପଡିଆବାହାଲର ସମାଜସେବୀ ତଥା ସାମ୍ବାଦିକ ଡା.ରାଜାରାମ ଷଡଙ୍ଗୀଙ୍କୁ ରାଷ୍ଟ୍ରିୟ ପଞ୍ଚାୟତି ରାଜ ଗ୍ରାମ ପ୍ରଧାନ/ ସରପଞ୍ଚ୍ ସଂଗଠନ ଓଡିଶା ଶାଖାର ରାଜ୍ୟ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦିଅଯାଇଛି । କେନ୍ଦ୍ର ସଂଗଠନର ପରାମର୍ଶ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସଂଗଠନର ରାଜ୍ୟ ସଭାପତି ରବି ରଥ ସୂଚନା ଦେଇ ଏହି ନିଯୁକ୍ତି ପତ୍ର ଆଜି ପ୍ରଦାନ କରିଛନ୍ତି । ଡା.ଷଡଙ୍ଗୀ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ଅନ୍ୟତମ ଉପଦେଷ୍ଟା ଥିବା ବେଳେ ବ୍ରହ୍ମପୁର ଭଳି ସହରରେ ଛାତ୍ର ରାଜନିତି ଠାରୁ ସାମ୍ବାଦିକ ସଂଘ ଯାଏ ତାଙ୍କର ସାଂଗଠନିକ ଦକ୍ଷତା ରହିଛି ।ସରପଞ୍ଚ୍ ମାନଙ୍କ ବିଭିନ୍ନ ସମସ୍ୟା ଓ ବର୍ତ୍ତମାନ ଚାଲିଥିବା ସରପଞ୍ଚ୍ ଆନ୍ଦୋଳନକୁ କ୍ରିୟାଶୀଳ କରିବାକୁ ଏହି ନିଯୁକ୍ତି ପତ୍ରରେ ପରାମର୍ଶ ଦିଆଯାଇଛି ।