ସ୍ଥାୟୀ ରାସ୍ତା ପାଇଁ 5t ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର..


ଆଠମଲ୍ଲିକ ବ୍ଲକ୍ ର କନ୍ଧପଡ଼ା ପଂଚାୟତ ଅନ୍ତର୍ଗତ ସିଆବେରେଣି (ଭାଲୁନଟି )ଗ୍ରାମକୁ ଗମନାଗମନ ଓ ଯାତାୟାତର ସୁବିଧା ପାଇଁ କନ୍ଧପଡା ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ଓ ରାସ୍ତା ପାଇଁ ସ୍ଥାନୀୟ ଗ୍ରାମବାସୀ ଏ ସମ୍ବନ୍ଧରେ ସରପଞ୍ଚ ,ଆଠମଲ୍ଲିକ ବିଧାୟକ, ଉପଜିଲ୍ଲାପାଳ, ଜିଲ୍ଲାପାଳ, 5t ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ,ତେଣୁ ସ୍ଥାନୀୟ ଅଧିବାସୀମାନେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।