ସମ୍ବଲପୁର-୦୧/୧୦ (ରମାକାନ୍ତ ବିଶ୍ବାଳ)
ଦିନକୁ ଦିନ ଲୋପ ପାଇବାକୁ ବସିଥିବା ମାଦିଲି ଓ ଢ଼ାପ ନୃତ୍ୟ ଶୈଳୀର ପୂର୍ନବିକାଶ ପାଇଁ ଇଦ୍ୟମ ଆରମ୍ଭ ହୋଇଛି । ସମ୍ବଲପୁର ବିଶ୍ଵବିଦ୍ୟାଳୟ ଆଞ୍ଚଳିକ ବିକାଶ ତଥା ଜନଜାତି ଅଧ୍ୟୟନ ଉତ୍କର୍ଷତା କେନ୍ଦ୍ର ପକ୍ଷରୁ ଏହି ମିଶନ ହାତକୁ ନିଆଯାଉଛି । ଗବେଷକ, ନୃତତ୍ତ୍ବବିଦ କଳାକାରମାନଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି। ଏହି ଦଳ ଅତି ନିକଟରେ ରହି ନୃତ୍ଯଶୈଳୀ ସମ୍ପର୍କରେ ଅନୁଧ୍ୟାନ କରିବ । ଏଥିସହ ବୟସ୍କ ଜନଜାତି ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବ। ତେବେ ଦଳର ସଦସ୍ୟ ମାନେ ପୂରାତନ ‘ଟୋଗ୍ରା’ ମୌଖିକ ଇତିହାସ ଓ
ନୃତ୍ୟଗୀତକୁ ଲିପିବଦ୍ଧ କରିବା ପାଇଁ ବିଭିନ୍ନ ସାକ୍ଷାତକାର ନେଇଛନ୍ତି। ଏହା ଫଳରେ ମାଦିଲିର ଅତୀତର ସମୃଦ୍ଧ ଉନ୍ମୋଷିତ ହୋଇ ପାରିଛି । ମାଦିଲି ନୃତ୍ୟଶୈଳୀ ଜନଜାତିଙ୍କ ହୋଇଥିବା ସତ୍ତ୍ବେ ଏହା ସାଧାରଣ ଲୋକଙ୍କ ଠାରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି। ସେହିପରି ଢାପର ଝଙ୍କାର ହୃଦୟସ୍ପର୍ଶୀ ଅଟେ । ଉଭୟ ନୃତ୍ଯଶୈଲି ଅଞ୍ଚଳର ଜନଜାତିମାନଙ୍କ ଭାଷା ଉଦ୍ରେକ ପାଇଁ ଯଥେଷ୍ଟ ଥିଲା ତେବେ ଦିନକୁ ଦିନା ଏହା ଲୋପ ପାଇବାରେ ଲାଗିଛି। ତେବେ ଏହି ସାଂସ୍କୃତିକ ଲୁକ୍କାୟିତ ଉପାଦାନର ସଂରକ୍ଷଣ, ପ୍ରାମାଣିକତା ଓ ରେକର୍ଡ ପାଇଁ ପ୍ରୟାସ କରାଯାଉଛି । ସମୟର ଧାରା ସହିତ ରହିଥିବା
ଜନଜାତି ପରମ୍ପରା ମଧ୍ୟରୁ ମାଦିଲି ଏକ ଅନନ୍ୟ ନୃତ୍ଯଶୈଳୀ ଅଟେ ଏହି ନୃତ୍ଯ ଶୈଳୀର ସାଂସ୍କୃତିକ ମହତ୍ବ ତାଳ, ପରିପାଟୀକୁ ସଂରକ୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ସେହିପରି ଅବଲୁପ୍ତ ରାସ୍ତାରେ ଯାଇଥିବା ଢ଼ାପ ନୃତ୍ୟଶୈଳୀ ପାଇଁ ଟିମ୍ ପକ୍ଷରୁ ଅଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଗସ୍ତ କରାଯାଇ ସ୍ଥାନୀୟ ଲୋକଙ୍କ ସହ ସମର୍କ କରାଯାଇଛି। ଏହି ଗବେଷକମାନେ ଢ଼ାପ ନୃତ୍ୟ ସହିତ
ବର୍ତ୍ତମାନ ସମ୍ପୃକ୍ତ କଳାକାରଙ୍କ ସହ ସଂପର୍କ କରିଛନ୍ତି । ମାଦିଲି ଓ ଢାପକୁ
ପ୍ରୋତ୍ସାହିତ କରିବା ପାଇଁ ବିଶ୍ଵବିଦ୍ୟାଳୟ ଉତ୍କର୍ଷତା କେନ୍ଦ୍ର ପକ୍ଷରୁ ଏକ କର୍ମଶାଳା ଆୟୋଜନ କରାଯାଇଥିଲ।। ମାଦିଲି ଡ୍ୟାନ୍ସ ଭର୍ଜ ଅଫ ଏକ୍ଟିଟେନ୍ସନ, ରିଭାମ୍ପିଂ ଦ ଇଣ୍ଡିଜିନିୟସ୍ ଟ୍ରାଲଭେଲ୍ କଲଚର ଏବଂ ଢ଼ାପ ରିପ୍ରେଜେସେନ୍ ଅଫ୍ ସୋସିଏଲିଜମ୍ ଇନ୍ ୱେଷ୍ଟର୍ଣ୍ଣ ଓଡ଼ିଶା ଶୀର୍ଷକରେ ଗବେଷଣା କରାଯାଇଛି। ପଶ୍ଚିମ
ଓଡ଼ିଶାର ସମୃଦ୍ଧ ଓ ସାଂସ୍କୃତିକ ଐତିହ୍ଯର ସଂରକ୍ଷଣ ପାଇଁ ଉତ୍କର୍ଷତା କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ନୋଡ଼ାଲ ଅଧିକାରୀ ପ୍ରଫେସର ଅରୁଣ କୁମାର ଆଚାର୍ଯ୍ୟ କହିଛନ୍ତି ।
ମାଦିଲି ଓ ଢ଼ାପ ନୃତ୍ୟଶୈଳୀର ପୁର୍ନବିକାଶ
