ଗୁରୁ ସତ୍ୟନାରାୟଣ ସ୍ମୃତି ଉଦ୍ୟାନ ପରିସର ରେ ସମଲପୁରୀ ଐତିହ କେନ୍ଦ୍ର ‌ନିର୍ମାଣପାଇଁ ପଶ୍ଚିମାଞ୍ଚଳ ଏକତା ମଂଚର ପ୍ରସ୍ତାବ।


ସମ୍ବଲପୁର-୧୮/୧୦ (ରମାକାନ୍ତ ବିଶ୍ବାଳ)
ପଶ୍ଚିମାଂଚଲ ଏକତା ମଂଚ ଏକ ସାମଜିକ ଏବଂ ସାଂସ୍କୃତିକ ସଂଗଠନ ଭାବେ ୨୦୧୩ ମସିହାରୁ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ସମଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହ ସାମାଜିକ ଉନ୍ନତି ଦିଗରେ କାର୍ଯ୍ୟକରି ଆସୁଛି । ସମ୍ବଲପୁରୀ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁରୀ ଦିନ ଭାବରେ ୨୦୧୩ ମସିହାରୁ ପାଲନ ଆରମ୍ଭ କରିଥିଲା । ଯାହା ଆଜି ଦେଶ ବିଦେଶରେ ସବୁ ସମ୍ବଲପୁରୀ ପ୍ରେମୀଙ୍କ ଦ୍ଵାରା ଆଦୃତ ହୋଇଛି । ଏହାସହ ସମଲପୁରୀର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଜିଲ୍ଲାରେ ଜାତୀୟ ସମ୍ବଲପୁରୀ ସମ୍ମିଲନୀ ଏବଂ ସମ୍ବଲପୁରୀ ମଚାନ୍ କାର୍ଯ୍ୟକ୍ରମ ର ଆୟୋଜନ କରିଆସୁଛି ।
ସମ୍ବଲପୁର ର ପରିଚୟ ସମ୍ବଲପୁରୀ ପାଇଁ। ମାତ୍ର ଦୁର୍ଭାଗ୍ଯ ର ବିଷୟ ସମ୍ବଲପୁର ସହରରେ ସମ୍ବଲପୁରୀ କୁ ଦେଖିବା ଜାଣିବା ପାଇଁ ଏପର୍ଯ୍ଯନ୍ତ କୈଣସି ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇ ପାରିନାହିଁ। ସମ୍ବଲପୁରୀ, କପଡା ଠାରୁ ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଗୋଟିଏ ସ୍ଥାନରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇନାହିଁ। ୨୦୧୩ ମସିହାରେ ପ୍ରଥମ ସମ୍ବଲପୁରୀ ଦିନ ପାଲନ ସମୟରୁ ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁର ଜେଲଛକ ନିକଟରେ ଥିବା ଗୁରୁ ସତ୍ଯ ନାରାୟଣ ସ୍ମୁତି ଉଦ୍ୟାନ ଅଂଚଲକୁ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବିକଶିତ କରିବା ପାଇଁ ପ୍ରଶାସନ ଏବଂ ରାଜ୍ଯ ସରକାରଂକ ନିକଟରେ ଅନୁରୋଧ କରି ଆସିଛି। ଏହି ଦିଗରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଂକ ସମୟରେ ପ୍ରଶାସନ ଚେଷ୍ଟା ଆରମ୍ଭ କରିଥିଲା। ତେବେ ଦିର୍ଘଦିନ ପର୍ଯ୍ଯନ୍ତ ଅସହଯୋଗ ର ଶିକାର ହେବା ପରେ ବର୍ତ୍ତମାନ ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ଉଦ୍ୟାନ ମରାମତି କାମ କରାଯାଉଛି। ତେବେ ଦିର୍ଘ ୧୦ ବର୍ଷ ହେବ ଯୋଜନା କରାଯାଇ ଥିବା ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଐତିହ୍ୟ କେନ୍ଦ୍ର ପାଇଁ ଯୋଜନା ହାତକୁ ନିଆଯାଇ ନାହିଁ। ଯାହାଦ୍ବାରା ଆଜିବି ସମ୍ବଲପୁର ସହରରେ ସମ୍ବଲପୁରୀ କୁ ଖୋଜିବ ପାଇଁ ପଡୁଛି।
ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ
ଗୁରୁ ସତ୍ୟନାରାୟଣ ସ୍ମୁତି ଉଦ୍ୟାନ ରେ
ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ ଶିଘ୍ର ଉଦ୍ୟାନ ସଂଲଗ୍ନ ଅଂଚଲରେ ସମ୍ବଲପୁରୀ ଖାମପାନ, କପଡା ବିକ୍ରୟ କେନ୍ଦ୍ର, ସମ୍ବଲପୁରୀ କଲା ସଂସ୍କୃତି ର ପ୍ରଚାର ପାଇଁ ସମ୍ବଲପୁରୀ ମଚାନ୍ ନିର୍ମାଣ, ସମ୍ବଲପୁରୀ ଐତିହ ସଂରକ୍ଷଣ ପାଇଁ ସଂଗ୍ରହାଳୟ ନିର୍ମାଣ, ଆଲୋଚନା ଆଦି ପାଇ ମଣ୍ଡପ ନିର୍ମାଣ, ନିୟମିତ ପ୍ରଦର୍ଶନୀ ପାଇଁ ସ୍ଥାୟୀ ଷ୍ଟଲର ବେବସ୍ତା କରିବା ପାଇଁ ଦାବି କରାଯାଇଛି। ବାରମ୍ବାର ବିରୋଧ ସତ୍ବେ ଉଦ୍ୟାନ ପଛପଟେ ରହିଥିବା ଖୋଲା ମଇଦାନର ମଝିରେ ଶୈଚାଳୟ ନିର୍ମାଣ କରାଯାଇ ଅଯଥା ସମ୍ବଲପୁରୀ ସଂସ୍କୃତି ପ୍ରଚାର ପାଇଁ ଆବଶ୍ଯକ ମଇଦାନକୁ ସଂକୁଚିତ କରାଯାଇ ଥିଲା। ଆଗକୁ ଉଦ୍ୟାନ ପରିସରରେ ସମ୍ବଲପୁରୀ ସହ ସମ୍ପର୍କ ନଥିବା କୌଣସି ଜିନିଷ ନିର୍ମାଣ ନକରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ପ୍ରଶାସନ କୁ ଅନୁରୋଧ କରାଯାଇଛି। ଆଜି ଉଦ୍ୟାନ ରେ ପଶ୍ଚିମାଞ୍ଚଳ ଏକତା ମଂଚ ର ଆବାହକ ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ଏହି ସଂକ୍ରାନ୍ତରେ ମହାନଗର ନିଗମ, ସମ୍ବଲପୁର ପ୍ରଶାସନ ସହ ରାଜ୍ଯ ସରକାରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହାସହ ଦଶହରା ପରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ର ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବୀ ମାନଂକୁ ନେଇ ଯୋଜନା କୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା।
ପୁର୍ବରୁ ଗୁରୁ ସତ୍ୟନାରାୟଣ ସମଲପୁରୀ ଐତିହ କେନ୍ଦ୍ର ନିର୍ମାଣ ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ରାଜ୍ଯ ସରକାରଂକ ଦ୍ରୁଷ୍ଟି ଆକର୍ଷଣ କରିଥିବା ବେଲେ ରାଜ୍ଯ ସଂସ୍କୃତି ମନ୍ତ୍ରୀ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଦିଗରେ ଆଗକୁ ଯୋଜନାବଦ୍ଧ ପଦକ୍ଷେପ ହାତକୁ ନେବାକୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ବୈଠକ ରେ ସ୍ଥିର କରାଯାଇଛି । ବୈଠକ ରେ ପଶ୍ଚିମାଞ୍ଚଳ ଏକତା ମଂଚ ର ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସୀ,
ନିଶିକାନ୍ତ ବିଶ୍ବାଲ, ସୁରେନ୍ଦ୍ର ବଗର୍ତୀ, ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, ଶରତ ବହିଦାର, ଝୁନୁ ତ୍ରୀପାଠୀ, ସୁଷମା ପଧାନ, କ୍ରୁଷ୍ଣଚନ୍ଦ୍ର ବାଗ, ଅମିତାଭ ମାଝୀ, ଦେବାଶିଷ ବେହେରା,ସୁଜାତା ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।।