Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠମଲ୍ଲିକ ର ଉଷ୍ମପ୍ରସବଣ ଦେଉଳଝରି..

ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପ୍ରସିଦ୍ଧ ଦେଉଳଝରି ଶୈବପୀଠ ରେ କାର୍ତ୍ତିକ ମାସର ପ୍ରଥମ ସୋମବାର୍ ରେ ଭକ୍ତଙ୍କ ଭିଡ଼।ଆଜି ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଠାରେ ଥିବା ଉଷ୍ଣପ୍ରସଵଣ କୁଣ୍ଡ ରେ ଶୀତଦିନେ ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଆସି ସକାଳୁ ବୁଡ଼ ପକାଇ ବାବା ସିଦ୍ଧେଶ୍ଵର ଙ୍କ ଦର୍ଶନ କରିଥାନ୍ତି। ପୌରାଣିକ କିମ୍ବଦନ୍ତୀ କହେ, ମନ୍ଦିର ଭିତରେ ଚଉରାଶି ଟି କୁଣ୍ଡ ଥିବା ଯୋଗୁଁ ଏହି ଅଞ୍ଚଳକୁ ଚୌରାଶି ଅଞ୍ଚଳ ବୋଲି ମଧ୍ଯ କୁହାଯାଏ।କିଆବଣ ର ସୁଗନ୍ଧମୟ ବାସ୍ନା ଏବଂ ଗରମ ପାଣି ବାହାରୁ ଥିବା କୁଣ୍ଡରେ ଗାଧୋଇବା ପରେ ବାବାଙ୍କୁ ଦର୍ଶନ କରିବା ଭକ୍ତଙ୍କ ପାଇଁ ଏକ ନିଆରା ଭାବନା ପରି ମନେ ହୁଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପାଖା ପାଖି ଥିବା ଦୁଇଟି କୁଣ୍ଡମଧ୍ୟରୁ ଗୋଟିଏ କୁଣ୍ଡର ପାଣି ଗରମ ବାହାରୁ ଥିବା ବେଳେ ଅନ୍ୟ କୁଣ୍ଡର ପାଣି ଥଣ୍ଡା ଥାଏ।