Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଓବିସି ବିଭାଗର ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ସ୍ବାଗତ…

2024 ରେ କଂଗ୍ରେସ ସରକାର ଗଢିଲେ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି କଂଗ୍ରେସ୍ କହିଛି ।ଏହି ଅବସରରେ କଂଗ୍ରେସ୍ ପଛୁଆବର୍ଗ ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଜୟାନନ୍ଦ ଚାଉଳିଆ ଙ୍କୁ କଂଗ୍ରେସ କାର୍ଯ୍ୟାଳୟ ରେ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି।ରାମ ମନ୍ଦିର ଛକଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି କଂଗ୍ରେସ୍ ଭବନରେ ପହଞ୍ଚି ଥିଲେ ଶ୍ରୀ ବିଜୟାନନ୍ଦ ଚାଉଳିଆ ।ନିଜ ନିର୍ବାଚନମଣ୍ଡଳୀ ଆଠମଲ୍ଲିକ ରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ଭୋଟର୍ ଓ କର୍ମୀ ମାନେ ସାମିଲ ହୋଇଥିଲେ ଏହି ଓବିସି ଅଧିକାର ଶୋଭାଯାତ୍ରାରେ।ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରୁ ଲୋକ ସାମିଲ ହୋଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ ଓ ବହୁ ବରିଷ୍ଠ କଂଗ୍ରେସନେତା ଙ୍କ ଦ୍ଵାରା ସ୍ବାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା ଶ୍ରୀ ବିଜୟାନନ୍ଦ ଚାଉଳିଆଙ୍କୁ ।ଏହି ଅବସରରେ ଆଠମଲ୍ଲିକ NAC ତଥା ସବୁ ଜୋନରେ କଂଗ୍ରେସ କର୍ମୀମାନେ ଖୁସି ମନାଇଚନ୍ତି ।