ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ କସ୍ତୁରୀ,ପାଳିତ


ବୀରମହାରାଜପୁର : ଭିନ୍ନକ୍ଷମ ଶିଶୁ , ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ରବିବାର ସୋନପୁର ଗୋକଣେଶ୍ୱର ପଡ଼ା ସ୍ଥିତ ରେଆର ଥେରାପି ସେଣ୍ଟର ଠାରେ ‘ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ “କସ୍ତୁରୀ” ୨୦୨୩ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡାଲସା ସେକ୍ରେଟାରୀ କୁମୁଦିନୀ ମୁଦୁଲି ଓ ସମ୍ମାନିତ ଅତିଥି ଭାବରେ,ଏଡିଏମ୍ ସୁବର୍ଣ୍ଣପୁର ଅଞ୍ଜଳିନା ପ୍ରଧାନ , CDM & PHO ଡ. ରମେଶ ଚନ୍ଦ୍ର ସ୍ୱାଇଁ , DSP ରେଣୁକା ସୁନା , ରେଆର୍ କୋଷାଧ୍ୟକ୍ଷ ଅଞ୍ଜଳି ନେଗୀ , ରେଆର ର ପ୍ରତିଷ୍ଠାତା ଗୌରିଶ୍ୟାମ୍ ପଣ୍ଡା ଉପସ୍ଥିତ ରହି ଭିନ୍ନକ୍ଷମ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ଅଧିକାର ଏବଂ ସୁଯୋଗ ସମ୍ବନ୍ଧ ରେ ଉଦବୋଧନ ଦେଇଥିଲେ । ରେଆର ପ୍ରତିଷ୍ଠାତା ଗୌରିଶ୍ୟାମ ପଣ୍ଡା ଭିନ୍ନକ୍ଷମ ମାନଙ୍କ ପାଇଁ ରେଆର ର ବିଭିନ୍ନ କାର୍ଯକ୍ରମ ସମ୍ବନ୍ଧ ରେ ଆଲୋଚନା କରିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପିଲାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ରେଆର୍ ସାଧାରଣ ସମ୍ପାଦକ ଅନଙ୍ଗ ନେଗି ପରିଚାଳନା କରିଥିବା ବେଳେ ରେଆର ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ମନୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।