Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ଅଫିସ୍ ର ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ 10000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଅନୁଗୁଳ ଭିଜିଲାନ୍ସ।ସୂଚନା ଅନୁସାରେ ସେହି ଅଫିସ୍ ରେ ଆଗରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୋଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି।ତାଙ୍କର କିଛି ଦରମା ସମ୍ପର୍କିତ କାମ କିଶୋରନଗର ବ୍ଲକ ଅଫିସ୍ ରେ ଅଟକି ଯାଇଥିଲା,ସେ ବାରମ୍ବାର ଗାଇଗରିଆଙ୍କ ପାଖକୁ ଯାଉଥିଲେ ।କିନ୍ତୁ କାମ ପାଇଁ ନିତ୍ୟାନନ୍ଦ ତାଙ୍କୁ ଲାଞ୍ଚ ମାଗିଥିଲେ,ତେଣୁ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସ ର ସାହାଯ୍ୟ ନେଇଥିଲେ।