ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ସୋନପୁର ଜିଲ୍ଲା କେନ୍ଦ୍ର ବୋର୍ଡ ମେହେର (ଭୁଲିଆ)ସାମାଜ ର ସାଙ୍ଗଠନିକ ସମାବେଶ


ବୀରମହାରାଜପୁର : ( ସୌମିତ୍ରି ମେହେର ) ରାଜ୍ୟ ସ୍ତରୀୟ ନିଖିଳ ଓଡିଶା ମେହେର (ଭୁଲିଆ) ସାମାଜ ର ନିର୍ଦ୍ଦେଶ କ୍ରମେ ସୋନପୁର ସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଶନିବାର ଜିଲ୍ଲା କେନ୍ଦ୍ର ବୋର୍ଡ ର ଏକ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପୁନର୍ଗଠିତ 8 ଟି ଭୁଲିଆ ସାମାଜ ର ଆଞ୍ଚଳିକ କମିଟି ର କର୍ମକର୍ତ୍ତା , ଉଲୁଣ୍ଡା ବ୍ଲକ ଅନ୍ତର୍ଗତ 4 ଟି , ସୋନପୁର ମୁନିସିପାଲଟି ଓ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ କମିଟି ସମେତ ତରଭା ସହର ଓ ବ୍ଲକ ଅଞ୍ଚଳର ସମସ୍ତ ଆଞ୍ଚଳିକ କମିଟି ମିଶି ସମୁଦାୟ 22ଟି କମିଟି କର୍ମକର୍ତ୍ତା ତଥା ସାମାଜ ର ବହୁ ସଂଖ୍ୟାରେ ଜାତିଭାଇ ଅତିଥିମାନଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ I ଆୟୋଜିତ ସଭାରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୌମିତ୍ରି ମେହେର ସଭାପତିତ୍ଵ କରିଥିଲେ I ମୁଖ୍ୟ ଅତିଥି ଭାବେ ପୂର୍ବ ରାଜ୍ୟ ସଭାପତି (ନିଖିଳ ଓଡିଶା ମେହେର ଭୁଲିଆ ସାମାଜ) ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଯୋଗଦେଇ ସଙ୍ଗଠିତ ହୋଇ ରହିଲେ ସମସ୍ତଙ୍କ ର କଣ ସବୁ ଫାଇଦା ରହିଛି ସଭାରେ ବିସ୍ତୁତ ବର୍ଣ୍ଣନା କରିଥିଲେ l ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଘ ସଭାପତି ଶ୍ରୀ ବୈଷମ୍ପାୟନ ମେହେର ସଭାରେ ବହୁ ଉପଦେଶ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ I ସହିଦ ଗୁରୁବାରି ମେହେର ନାମରେ ଶୁକ୍ରବାର ଜିଲ୍ଲାର ଅନ୍ୟ ଏକ କେନ୍ଦ୍ର ବୋର୍ଡ ଡୁଙ୍ଗୁରିପାଲି ଠାରେ ରାଜ୍ୟ ସଂଘ ସ୍ୱୀକୃତି ପ୍ରଦାନ କରିଥିବା କହିଥିଲେ I ଉକ୍ତ କେନ୍ଦ୍ର ବୋର୍ଡ ଅଧିନରେ ଡୁଙ୍ଗୁରିପାଲି ସହିତ ବିନିକା ଏବଂ ଉଲୁଣ୍ଡା ବ୍ଲକ ର କିଛି ଆଂଚଳିକ କମିଟି ରହିଛି I ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମେହେର ଓ ସଂଯୋଜନ ସୁବାଷ ମେହେର ତାଙ୍କ ବକ୍ତବ୍ଯରେ ସୁବର୍ଣ୍ଣପୁର ଜିଲ୍ଲା ରେ ଭୌଗୋଳିକ ତଥା ସମାଜର ଲୋକସଂଖ୍ୟା ଏବଂ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ଦୁଇଟି କେନ୍ଦ୍ର ବୋର୍ଡ ଗଠନ କରାଯାଇ ଥିବା ପ୍ରକାଶ କରିଥିଲେ l ପ୍ରଥମେ ଜିଲ୍ଲାରେ ଜଣେ ଜିଲ୍ଲା ସଭାପତି ଥିବାବେଳେ ଜିଲ୍ଲା ର ସବୁ ଅଞ୍ଚଳକୁ ଆସି ସମାଜ ସମସ୍ୟା ବୁଝି ପାରୁ ନଥିଲେ I ଏବେ ଦୁଇଟି କେନ୍ଦ୍ର ବୋର୍ଡ ରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ମିଶି ଦୁଇଟି ଲେଖାଏଁ ଜିଲ୍ଳାରେ 4 ଜଣଙ୍କୁ ଦାୟିତ୍ଵ ଦିଆଯାଇଛି l ଆଉ ସଙ୍ଗଠନରେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରପାଲି ସଭାପତି ମହେନ୍ଦ୍ର ମେହେର ଓ ଡୁଙ୍ଗୁରିପାଲି ସମ୍ପାଦକ ମାନଗୋବିନ୍ଦ ମେହେର ମଞ୍ଚାସୀନ ଥିଲେ I ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ସ୍ୱାଭାବିକ କବି ଗଙ୍ଗାଧର ମେହେର ଏବଂ ମା ସୁରେଶ୍ଵରୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଧୂପ ଦୀପ ପ୍ରଜ୍ବଳନ କରିବା ପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ଏବଂ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ସମର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ଜିଲ୍ଲା କେନ୍ଦ୍ର ବୋର୍ଡ ଓ ବିଭିନ୍ନ ଆଞ୍ଚଳିକ କମିଟି ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ନାମ ରାଜ୍ୟ କମିଟି ପକ୍ଷରୁ ଘୋଷଣା କରିବା ସହିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା I ସୋନପୁର ଜିଲ୍ଲା କେନ୍ଦ୍ର ବୋର୍ଡ ସଭାପତି ଭାବେ ପ୍ରଫୁଲ୍ଲ କୁମାର ମେହେର , କାର୍ଯ୍ୟକାରୀ ସଭାପତି ଶତୃଘ୍ନ ମେହେର, ସାଧାରଣ ସମ୍ପାଦକ ନାରାୟଣ ମେହେର, କୋଷାଧକ୍ଷ ପୌଲସ୍ତି ମେହେର ଏବଂ ମୁଖ୍ୟ ପରାମର୍ଶଦାତା ଭାବେ ସୌମିତ୍ରି ମେହେର ଙ୍କ ନାମ ଘୋଷଣା ପୂର୍ବକ ରାଜ୍ୟ କମିଟି ଉପଢୌକନ ତଥା ପୁଷ୍ପମାଲ୍ଯ ଦେଇ ସମର୍ଦ୍ଧିତ କରିଥିଲେ l ସେହିପରି ଏହି ଜିଲ୍ଲା କମିଟିରେ ଥିବା 4 ଜଣ ଉପ ସଭାପତି , 4 ଜଣ ସହ ସମ୍ପାଦକ ଏବଂ ସମସ୍ତ 22 ଟି ଆଞ୍ଚଳିକ କମିଟିର ସଭାପତି ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା I ସମ୍ପାଦକ ନାରାୟଣ ମେହେର ସଭା ସଂଯୋଜନା କରିଥିବାବେଳେ ଶେଷରେ ପର୍ଯ୍ୟବେକ୍ଷକ (ବଲାଙ୍ଗିର କୋଷାଧ୍ୟକ୍ଷ) ପ୍ରଫୁଲ୍ଲ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ I