Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଟ ନାଗରିକଙ୍କ ପାଇଁ ବହୁମୂଖୀ କାର୍ଯ୍ୟକ୍ରମ :ମହାନ୍ ସଂଘ ମାସିକ ବୈଠକରେ ନିଷ୍ପତ୍ତି

ବ୍ରହ୍ମପୁର:ରାଜ୍ୟର ଅନ୍ୟତମ ସେବା ସାଂସ୍କୃତିକ କ୍ରୀଡା ଅନୁଷ୍ଠାନ ମହାନ ସଂଘ ର ପ୍ରଥମ ବାର୍ଷିକ ବୈଠକ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠ ରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଚଳିତ ବର୍ଷ ଅଧିକ ଜନହିତକର କାର୍ଯ୍ୟ କ୍ରମ ହାତକୁ ନିଆଯିବା ନିମନ୍ତେ ନିଷ୍ପତି ନିଆଯାଇଥିଲା।ବିଶେଷ କରି ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ବାସ୍ଥ୍ୟ ସେବା ଶିବିର, ଫେମିଲି କାଉନସିଲଙ୍ଗ, ଆଇନ ପରାମର୍ଷ ସହ ସଂଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ଓ ଲାଞ୍ଜିପଲି ସ୍ଥିତ ବିଶ୍ୱ ନିକେତନ୍ ଜରା ନିବାସ ରେ ଅନ୍ତେବାସୀ ଙ୍କ ବେଡ଼ ସଂଖ୍ୟା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ବୃଦ୍ଧି କରାଯିବା ନିଶ୍ୱତି ନିଆଯାଇଥିଲା। ସହର ବାସୀଙ୍କ ସୁବିଧା ନିମନ୍ତେ ଚଳିତ ଡେଥ ବଡି ଫ୍ରିଜିର ଓ ସ୍ୱର୍ଗଧାମ ରଥ ଅଣାଯିବ। ଜନସାଧାରଣଙ୍କ ମଧ୍ୟରେ ଜନଜାଗରଣ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷା, ଖାଦ୍ୟ ନଷ୍ଟି ନକରିବା , ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ। ନୂତନ ସଦସ୍ୟ ସଂଗ୍ରହ ସହ ପୂର୍ବପରି ନିୟମିତ ମାସିକ ସାହିତ୍ୟ ଆସର ଆରମ୍ଭ କରାଯିବ। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର, ଉପ ସଭାପତି ଶ୍ରୀ ସଞ୍ଜୟ ମାଝୀ, ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରି ନନ୍ଦ, ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥ, ସହ ସମ୍ପାଦକ ଶ୍ରୀ ପ୍ରକାଶ ଵଜନି , ଶ୍ରୀ ପ୍ରଭାକର ସାହୁ, ଶ୍ରୀମତୀ ସବିତା ସାହୁକାର, ଶ୍ରୀ ବାସୁଦେବ ସାହୁକାର, ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର, ଶ୍ରୀ ଉମାଚରଣ ବେହେରା, ଶ୍ରୀ ସିମାଞ୍ଚଲ୍ ପାଣିଗ୍ରାହୀ, ଶ୍ରୀ ସୁଦିପ କୁମାର ସାହୁ, ମହମ୍ମଦ ଆସଲମ୍, ଡ ସନ୍ଧ୍ୟାରାଣି ପଟ୍ଟନାୟକ, ଶ୍ରୀମତୀ ନଳିନୀ ସାହୁ, ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୁଖ ସମେତ୍ ବହୁ ସଦସ୍ୟା ସଦସ୍ୟ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀ ହରି କୃଷ୍ଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।