Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ଭବାନୀପାଟଣା, ୨୧/୦୨ (ଜଗନ୍ନାଥ ନାଏକ) : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି | ମା ମାଟି ମାତୃଭାଷା ପ୍ରତେକ ବ୍ୟକ୍ତି ର ପରିଚୟ ଅଟେ ଓ “ମାତୃଭୂମି, ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ”: ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଉକ୍ତି କୁ ଦୃଢକ୍ତି ସହ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ମନୀଷା ସିଂହ୍ନ|,ଚନ୍ଦ୍ରପ୍ରଭା ମିଶ୍ର,ସାଧନା ପ୍ରଧାନ,ଚଞ୍ଚଳା ଶର୍ମା, ଜ୍ୟୋତି ଗୁପ୍ତା,ଅପରାଜିତା ମଲ୍ଲିକ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ | ବନ୍ଦେ ଉତ୍କଳ ଜନନୀ ଗାନ ସହ ସଭା ସାଙ୍ଗ ହୋଇଥିଲା |