Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ସଚେତନା କାର୍ଯ୍ୟକର୍ମ ଅନୁଷ୍ଠିତ l

ଭବାନୀପାଟଣା, ୨୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ଼ ବିଟର ଟାପରାଙ୍ଗ ଠାରେ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଏକ ସଚେତନତା ସଭା ଆୟୋଜନ କରାଯାଇ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇପାରିବ ସେଥିନିମନ୍ତେ କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ସଂର୍ପକୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଞ୍ଚଳର ବରିଷ୍ଠ ସମାଜସେବି ଦୁଲଭ ମହାର ଯୋଗଦେଇଥିବା ବେଲେ | ସମ୍ମାନୀୟ ଅତିଥି ଭାବରେ କେସିଙ୍ଗା ରେଞ୍ଜ ACF ବନାଞ୍ଚଳ ଅଧିକାରିଣୀ ପ୍ରଭାତୀ ସେଠ ଓ ରୁପ୍ରାରୋଡ଼ ସେକ୍ସନ ଫରେଷ୍ଟ ଅଧିକାରୀ ବିଶ୍ୱଜିତ ଠାକୁର ଓ ଚିପି ସ୍ପିକର ସରୋଜ କୁମାର ରାଉତ ମିଳିତ ସାମ୍ବାଦିକ ସଂଘର ସଭାପତି ନାରାୟଣ ପ୍ରସାଦ ନାୟକ ବିରଞ୍ଚି କରୁଆଁ, ଜନକ ପୋଢ଼, ରୋହିତ ନାଏକ କଶ୍ରୁପଡା ସେକ୍ସନ ଫରେଷ୍ଟର କରୁଆ ବେଷ୍ଟ ଇନଚାର୍ଜ ଫରେଷ୍ଟ କଶ୍ରୁପଡା ଶବର ଡମପଦର ଫରେଷ୍ଟ ଗାର୍ଡ ପରିଜନ୍ତ ବାଗ ସଭାରେ ଉପସ୍ଥିତ ରହିଥିଲେ lଆମ ଜଙ୍ଗଲ ୟୁଜନା ର ଟିମ ଲିଡର ହେମନ୍ତ ସାହୁ ଉନ୍ନୟନ ଅଧିକାରୀ ଧୀରୋଜ ଦାଶ ଇନ୍ଦ୍ରମଣି ମାଝୀ ସମସ୍ତେ ଉପସ୍ଥିତ ରହି ଜଙ୍ଗଲ ନିଆଁ ଦାଉରୁ କେମିତି ଜଙ୍ଗଲ କୁ ସୁରକ୍ଷିତ ରଖିବା ପାଇଁ ସଚେତନା କାର୍ଯ୍ୟକ୍ରମ ଟାପରାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନା କାର୍ଯ୍ୟକ୍ରମ ରେ ବନାଞ୍ଚଳ ରେ ବସବାସ କରୁଥିବା ସମସ୍ତ ଗ୍ରାମବାସୀ କୁ ନେଇଁ ଜଙ୍ଗଲ କୁନିଆଁ ଦାଉ ରୁ କେମିତି ଆମେ ସୁରକ୍ଷା କରିବା ବାର୍ତ୍ତା ଦେଇ ଥିଲେ l ମଞ୍ଚ ପରିଚାଳନା ହେମନ୍ତ ସାହୁ କରି ଥିଲେ।ଅତି ସୁନ୍ଦର ଓ ସରସ ଭାବରେ ଗ୍ରାମବାସୀଙ୍କୁ ବୁଝାଇବା ପାଇଁ ଗୀତିନାଟକ ମାଧ୍ୟମରେ ବଣକୁ ନିଆଁ ବାଉରୁ ରକ୍ଷା କରାଯାଇପାରିବ ପରିବେଷଣ କରାଯାଇଥିଲା ମିଳିତ ସାମ୍ବାଦିକ ସଂଘର ସଭାପତି ଶ୍ରୀ ନାରାୟଣ ପ୍ରସାଦ ନାୟକ ଘୋଷଣା କରିଥିଲେ ଯେ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଯେଉଁ ଛାତ୍ରଛାତ୍ରୀ ଗୋଟିଏ ବୃକ୍ଷ ବଞ୍ଚାଇ ଦେଖାଇଲେ ସଂଘ ତରଫରୁ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ, ପରିଶେଷରେ ସମସ୍ତଙ୍କୁ ଧୀରୋଜ ଦାଶ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରାଯାଇଥିଲା ।