Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛ ହାଣିବାକୁ ବିରୋଧ କରି ଜାଲ ପକାଇ ବାଡ଼େଇଲେ।

ହାଟଡ଼ିହି: ଗଛ ହାଣିବାକୁ ବିରୋଧ କରିବାରୁ ହାଟଡ଼ିହି ବ୍ଳକ୍ ଇଞ୍ଚୋଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଦଉଡିରେ ବାନ୍ଧି ମାଡ଼ ମରାଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ନିର୍ମଳ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୮ ତାରିଖରେ ତାଙ୍କ ଗ୍ରାମର ରାଜେନ୍ଦ୍ର ମଲ୍ଲିକ, ମହେନ୍ଦ୍ର ମଲ୍ଲିକ ନିର୍ମଳଙ୍କ ବାଡ଼ିରେ ଥିବା ଗଛ ଗୁଡିକୁ ହାଣି ଦେଇଥିଲେ। ଏହାକୁ ନେଇ ନିର୍ମଳଙ୍କ ପରିବାର ଲୋକେ ବିରୋଧ କରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିଥିଲେ । ସେତେବେଳେ ନିର୍ମଳ ଘରେ ନଥିଲେ । ପରେ ପରିବାର ଲୋକଙ୍କ ଠାରୁ ଜାଣି ନିର୍ମଳ ଗଛ ହାଣିଥିବା ଲୋକଙ୍କୁ ଏ ବାବଦରେ ପଚାରିବାରୁ ସେମାନେ ବିଭିନ୍ନ ଧମକ ଚମକ ଦେଇଥିଲେ।ତା ପରଦିନ ଅପରାହ୍ନ ୪ଟା ବେଳେ ନିର୍ମଳ ମୁଣ୍ଡା ସାହିକୁ ଯାଇଥ୍ ବା ବେଳେ ରାଜେନ୍ଦ୍ର ମଲ୍ଲିକ ଓ ମହେନ୍ଦ୍ର ମଲ୍ଲିକ ପଛପଟୁ ଏକ ମାଛଧରା ଜାଲ ତାଙ୍କ ଉପରକୁ ଫିଙ୍ଗିଥିଲେ। ନିର୍ମଳ ତଳେ ପଡିଯିବା ପରେ ସେମାନେ ନିର୍ମଳ ଉପରେ ମରଣାନ୍ତକ ଆକ୍ରମଣ କରିବା ସ‌ହିତ ଦଉଡି ସାହାଯ୍ୟରେ ତାଙ୍କ ଗୋଡ ହାତ ବାନ୍ଧି ମାଡ ମାରିଥିଲେ। ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ସେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଥାନା କେସ ନଂ ୯୪/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।