Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜବାଦି ପାର୍ଟି ଓଡ଼ଶା ପ୍ରଭାରୀ କଳାହାଣ୍ଡି ଗସ୍ତ , ସାଧାରଣ ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏପରି ସମୟରେ ସମାଜବାଦୀ ପାର୍ଟି ଓଡିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କ କଳାହାଣ୍ଡି ଗସ୍ତ ରାଜନୈତିକ ପାଣିପାଗକୁ ସରଗରମ କରି ବିଜେପି, ବିଜେଡି ଦଳୀୟ ନେତା ମାନଙ୍କ ଚିନ୍ତା ବଦଇଛି । ସମାଜବାଦି ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶିବ ହାତୀଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ପୂର୍ବତନ ଏମଏଲସି ତଥା ସମାଜବାଦୀ ପାର୍ଟିର ଓଡିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କୁ ସ୍ବାଗତ କରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ହୋଟେଲ ଭାଗିରଥି ଇନ୍ ଠାରେ (ଗୁରୁବାର) ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଆଗାମୀ ୨୦୨୪ସାଧାରଣ ନିର୍ବାଚନ ଓଡ଼ିଶାରେ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜବାଦିପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶିବ ହାତୀ, ଲୋୟା ବାହିନୀ ଓଡ଼ିଶା ରାଜ୍ୟ ସଭାପତି ପ୍ରଦୀପ ମିଶ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ବାଳ କୃଷ୍ଣ ଷଣ୍ଢ, ନୂଆପଡ଼ା ଜିଲ୍ଲା ସଭାପତି ବେଣୁଧର ଗହିର, ସମ୍ପାଦକ ଗଙ୍ଗାରାମ ବନ୍ଦିଛୋର , ଆଦିବାସୀ ମୋର୍ଚ୍ଚା ସଭାପତି ଲୋଚନ ସିଂ ମାଝୀ, କଳାହାଣ୍ଡି ଜିଲ୍ଲା ନର୍ଲାନିର୍ବାଚନ ମଣ୍ଡଳୀର ସମାଜବାଦି ପାର୍ଟି କାର୍ଯ୍ୟକର୍ତ୍ତା ସମିପ ବେହେରା, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କୀର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲାର ସିଡିଲ କାଷ୍ଟ କାର୍ଯ୍ୟ କର୍ତ୍ତା , ମୁଲୁଲିମ୍ ସମାଜ କାର୍ଯ୍ୟକର୍ତ୍ତା ପ୍ରମୁକ ଉପସ୍ଥିତ ରହି ସମାଜବାଦି ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ସହ ଆଲୋଚନା କରି ଓଡିଶାରେ କିଭଳି ଭାବେ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଲଢିବେ ଆଗାମୀ ଦିନରେ ପ୍ରକାଶ କରିବେ ରାଜ୍ୟ ପ୍ରଭାରୀ ତାହା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।