Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ପାଳନ କରିବା ପାଇଁ ଏଓଏସସିଏଫ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସହର ନକଟିଗୁଡାସ୍ଥିତ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଶ୍ରୀ ପ୍ରେମାନନ୍ଦ ବାଗ ଙ୍କ ସଭାପତିତ୍ବ କରିଥିଲେ । ବୈଠକ ପ୍ରାରମ୍ଭରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ସଂଗଠନର ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର ଉପସ୍ଥିତ କର୍ମକର୍ତ୍ତାଙ୍କ ଠାରୁ ମତାମତ ଲୋଡ଼ିଥିଲେ। ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଜୟନ୍ତୀ ପାଳନ ଅବସରରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଏହି ବୈଠକରେ ସଂଗଠନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ବିଭୀଷଣ ନାଏକ, ଉପଦେଷ୍ଟା ବିଶ୍ଵନାଥ କର, ଯୋଗେଶ୍ଵର ସାଗର,ରବିଦାସ ସମାଜର ଜିଲ୍ଲା ସଭାପତି ଶଙ୍କର ମେହେର,ଲକ୍ଷ୍ମଣ ମେହେର, ତ୍ରିନାଥ ନାଏକ, ପୃଥ୍ୱୀରାଜ ଛତ୍ରିଆ, ରଜନୀକାନ୍ତ ସମର୍ଲିଆ,ଚନ୍ଦନ ନାଏକ, ଶକ୍ତି ରଞ୍ଜନ ଛତ୍ରିଆ, ସଞ୍ଜୟ ସୁନାନୀ, ଦୁଃଖୀ କୁମାର, ବିନୋଦ ଦୁର୍ଗା ଙ୍କ ସମେତ ସଂଗଠନ ର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।‌