ଆଠମଲ୍ଲିକରେ ଓଡ଼ିଶା ବିକଳାଙ୍ଗ ମଞ୍ଚର ବ୍ଲକସ୍ତରୀୟ ସମ୍ମିଳନୀ..


ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ର ସଭାଘର କକ୍ଷରେ ପ୍ରଥମ ଥର ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ ଶାଖା ଅନୁଗୁଳ ତରଫରୁ ଏକ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ର ରାଜ୍ୟ ସଭାପତି ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ବ୍ଲକର ସାମାଜିକ, ଭିନ୍ନକ୍ଷମ ସଶକ୍ତିକରଣର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ବ୍ଲକ୍ ର 24 ଟି ପଂଚାୟତ ର ଶହଶହ ଭିନ୍ନକ୍ଷମ ଭାଇଭଉଣୀ ମାନେ ଯୋଗ ଦେଇଥିଲେ।କେମିତି ଭିନ୍ନକ୍ଷମ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ,ଚାକିରୀ କ୍ଷେତ୍ରରେ ଆଗ୍ରାଧିକାର ମିଳିବ ସେ ବିଷୟରେ ଆଲେଚନା କରିବା ସହ , ବିଭିନ୍ନ ସରକାରୀ ଯୋଜନା ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିଲେ ମଧ୍ୟ ତାହା ସଠିକ୍ ଯୋଗେ ଉପଯୋଗ ହୋଇ ନ ପାରି ବାଟମାରଣା ହେଉଥିବାରୁ ସଭାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ଯଦି ସରକାରୀ ଯୋଜନା ରେ ଆସୁଥିବା ସମସ୍ତ ସୁବିଧା ସୁଯୋଗ ସଠିକ୍ ଭାବେ ନ ମିଳେ, ତା ହେଲେ ଆଗକୁ ଦିବ୍ୟାଙ୍ଗ ମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସୂଚନା ଦେଇଥିଲେ।