Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନ ପଥର ଖୋଜିବାକୁ ଯାଇ , ଚାଲିଯାଇଛି ଏକ ମୂଲ୍ୟବାନ ଜୀବନ…

ହଁ ଆଜ୍ଞା ,ଏମିତି ଏକ ଘଟଣା ଘଟିଛି ବୌଦ ଜିଲ୍ଲା ମହାନଦୀରେ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ର କନ୍ଧପଡ଼ା ପଂଚାୟତ ବରଡାକଟା ଗ୍ରାମର ସୁଶାନ୍ତ ଝାଙ୍କର୍ ଶୁକ୍ରବାର ଦିନ ମହାନଦୀରୁ ମୂଲ୍ୟବାନ ହୀରା ପଥର ଖୋଜିବା ବେଳେ ପଥର ସନ୍ଧିରେ ଚାପି ହୋଇ ଚାଲିଯାଇଛି ସୁଶାନ୍ତ ଙ୍କ ମୂଲ୍ୟବାନ ଜୀବନ।
ଘଟଣା ଟି ଘଟିଛି ବୌଦ ଜିଲ୍ଲା ର ମହାନଦୀ ଗର୍ଭରେ ଥିବା କୁଲାରିକୁଦ ମଠ ପାଖରେ। ଜେସିବି ମେସିନ୍ ଓ ଅଗ୍ନିଶମ ବିଭାଗ ଦ୍ଵାରା ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୁଶାନ୍ତ ଙ୍କ ଏକ କନ୍ୟା ସନ୍ତାନ ଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ