Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠମଲ୍ଲିକ ରେ ହୋଇପାରେ କଡ଼ା ଟକ୍କର୍।

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆସୁଥିବା ଆଠମଲ୍ଲିକ ବିଧାନ ସଭାରେ ଦେଖିବାକୁ ମିଳିପାରେ କଡ଼ା ଟକ୍କର।ଗତ ନିର୍ବାଚନ ରେ ବି ଜେ ଡି ସଂଜୀବ ସାହୁଙ୍କୁ ଟିକେଟ ନ ଦେଇ ପ୍ରଶାସକ ରୁ ରାଜନୀତିକୁ ଓହ୍ଲାଇଥିବା ରମେଶ ସା ଏ ଙ୍କୁ ଟିକେଟ ଦେଇଥିଲା, ଯାହା ବିପୁଳ ପରିମାଣରେ ବିଜୟ ହାସଲ କରି ବିଜୁ ଜନତା ଦଳ ର କ୍ରମାଗତ ବିଜୟ ଧାରା କୁ ଆଗେଇ ନେଇଥିଲା।
କିନ୍ତୁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ବି ଜେ ଡି ସମ୍ବଲପୁର ଲୋକସଭା ଟିକେଟ ଦେଇଥିଲା କିନ୍ତୁ ସେ ହାରିଯାଇଥିଲେ ।ଏଥର ପ୍ରଣବ ପ୍ରକାଶ ଦାସ ସମ୍ୱଲପୁର ଲୋକସଭା ଆସନ ରୁ ଲଢ଼ୁଥିବା ବେଳେ ନଳିନୀ ପ୍ରଧାନଙ୍କୁ ମିଳିଛି ଆଠମଲ୍ଲିକ ବିଧାନ ସଭାର ଟିକେଟ।
ସେହିପରି ସଂଜୀବ ସାହୁ ଗତଥର ବି ଜେ ଡି ରୁ ଇସ୍ତଫା ଦେଇ ବିଜେପି ରେ ମିଶିଥିଲେ ମଧ୍ୟ ଟିକେଟ ରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଦଳ ଏଥର ଶ୍ରୀ ସାହୁଙ୍କୁ ନିରାଶ ନ କରି ଟିକେଟ ଦେଇଛି। ଧର୍ମେନ୍ଦ୍ର ପ୍ରଧାନ ମିଳିଛି ସମ୍ୱଲପୁର ଲୋକସଭା ଆସନ । ସେଇଠି ବି କଡ଼ା ମୁକାବିଲା ହୋଇପାରେ ବୋଲି ଯାହା ସୂଚନା ମିଳିଛି ।
ଦୁଇ ହେଭି ୱେଟ୍ ତଥା ପରସ୍ପର ବିରୋଧୀ ନେତାଙ୍କ ପତିଆରା ବି କମ୍ ନୁହଁ ଆଠମଲ୍ଲିକ ବିଧାନ ସଭାରେ। ସେଥିପାଇଁ ଏବେ କଡ଼ା ମୁକାବିଲା ହେବ ବୋଲି ଆନୁମାନିକ କରାଯାଇ ପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ