Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଡେଲ ଡିଗ୍ରୀ କଲେଜ ରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ସାମାଜିକ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ ବିଜ୍ଞାନ ବିଭାଗର ମୁଖ୍ଯ ଅଧ୍ୟାପକ ବିଶ୍ବରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଶେଷ ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ସଭାକୁ ଆମନ୍ତ୍ରିତ କରିଥିଲେ। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ମହେନ୍ଦ୍ର କୁମାର ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ସମ୍ଭାଷଣ ଦେବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଜୟକାନ୍ତ ଚାନ୍ଦ, ସିଦ୍ଧାର୍ଥ ପ୍ରଧାନ, ଦିଲିପ ସାହୁ, ତ୍ରିନାଥ ମହାନ୍ତି, ଅଧ୍ୟାପିକ ଆନିନ୍ଦିତା ସାହାଣୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ସ୍ମୃତିକୁ ଉପସ୍ଥାପନ କରିବା ସହିତ ତାଙ୍କର ଆଗାମୀ ଚଳାପଥ କୁସୁମିତ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ସଭାକୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ କଲ୍ୟାଣି ଖମାରୀ, ସୁଶ୍ରିତା ମେହେର, ଲିପିକା ମିଶ୍ର, ଜୁବୁଲି ପ୍ରଧାନ ପରିଚାଳନା କରିଥିବା ବେଳେ ସଭା ଶେଷରେ ଲିପସା ମହାକୁର ଧନ୍ଯବାଦ ଅର୍ପଣ କରିଥିଲେ। ମନୋଜ ସାହୁ, ଲଲିତ ବଘାର, ସର୍ଜନ ପାଣ୍ଡେ, ସଞ୍ଜୟ ଭୋଇ, ହେମନ୍ତ ସାହୁ, ଅଭିଷେକ ସାହୁ, ମଣ୍ଟୁ ମେହେର ଏବଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ସଭାକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories