Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡ଼ି ରେ ସାମିଲ ହେଲେ ଶତାଧିକ ଅନ୍ୟ ଦଳ ର କର୍ମୀ….ନବୀନ ଙ୍କ ବିକାଶ କାର୍ଯ୍ୟ କୁ ଦେଖିବା ପରେ..

ଲକ୍ଷ୍ମୀପୁର ୦୨/୦୫ …..ସବୁବେଳେ ଚର୍ଚ୍ଚା ରେ ରହି ଆସିଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ବର୍ତ୍ତମାନ ନିର୍ବାଚନ କୁ ଉଷ୍ମତା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଟିକେଟ କୁ ନେଇଁ ଦଳ ଡିଆଁ ପର୍ବ ଚର୍ଚ୍ଚା ରେ ରହିଥିଲା ବେଳେ ବର୍ତମାନ ଅସନ୍ତୁଷ୍ଟ କର୍ମୀ ଦଳ ପରିବର୍ତନ କରିବା ଘଟଣା ଚର୍ଚ୍ଚା ଜୋର ଧରିଛି। ଆଜି କୋରାପୁଟ ଜିଲ୍ଲା ବିଜେଡ଼ି ସମ୍ପାଦକ ନାରାୟଣ ବିଶୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିଜେଡ଼ି ର ମିଶ୍ରଣ ପର୍ବ ରେ ଲକ୍ଷ୍ମୀପୁର ବ୍ଳକ ର ଓଡ଼ିଆପେଣ୍ଟ ଓ
ପିପଳପଦର ଓ ବୁର୍ଜା ଗ୍ରାମ ପଞ୍ଚାୟତ ର ଶତାଧିକ କଂଗ୍ରେସ ଓ ବିଜେପି ର କର୍ମୀ ବିଜେଡ଼ି ରେ ସାମିଲ ହୋଇଛନ୍ତି।ଏଥି ସକାସେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ଵଚ୍ଚ ଓ ନିର୍ମଳ ଶାସନ ସହ ଅଞ୍ଚଳର ବିକାଶ କାର୍ଯ୍ୟ ଗୁଡିକ କୁ ତ୍ୱରାନ୍ୱିତ ହଉଥିବା ଦେଖି ବିଜେଡ଼ି ରେ ସାମିଲ ହୋଇଥିବା ନୂତନଭାବେ ବିଜେଡିରେ ମିଶିଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି।ବିଜେଡ଼ି ରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବ୍ଳକ ବିଜେପି ମହିଳା ମୋର୍ଚା ସଭାପତି ଲକ୍ଷ୍ମୀ ଦୋରା, ବିଜେପି ବ୍ଳକ ଉପସଭାପତି ଅଂଚୁ ମିନିୟାକା,  ପିପଳପଦର ଗ୍ରାମପଞ୍ଚାୟତ ସଭାପତି ଝାଡୁ କୁଲେଶିକା, ବୁର୍ଜା ଗ୍ରାମ  ଗ୍ରାମ ପଞ୍ଚାୟତ ସଭାପତି ଭମର ମିନିୟାକା, ପଛୁଆ ବର୍ଗ  ମୋର୍ଚା ଉପସଭାପତି ଗଙ୍ଗା ୱାଡେକା, ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ କୋ ଅର୍ଡିନେଟର ଗୁରୁନାଥ ପ୍ରେପେକା ,ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସମ୍ପାଦକ  ଗୋପୀନାଥ ମିନିୟାକା ଙ୍କ ସମେତ ଭାଲୁଯୋଡି, କରଗୁଡା ,ଭିତରଗଡ଼, ବୁର୍ଜା ଭଳି ଗାଁ ର ଶତାଧିକ ଅନ୍ୟ ଦଳ ର କର୍ମୀ ବିଜେଡ଼ି ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ସଭାପତି ଝିନ ହିକକା, ଜିଲ୍ଲା ସମ୍ପାଦକ ନାରାୟଣ ବିଶୋଇ, ଅବଜରଭର ସୁନୀଲ ମହାନ୍ତି,ଧର୍ମେନ୍ଦ୍ର ବିଡ଼ିକା, ପରମା ଖରା, ରଞ୍ଜନ ଖରା, ବିପିନ ମାଣ୍ଡିଙ୍ଗା, ଚନ୍ଦ୍ରଶେଖର ରାଉତ ଙ୍କ ସମେତ ବିଜେଡି କର୍ମୀ ଉପସ୍ଥିତ ଥିଲେ।ଜିଲ୍ଲା ସଭାପତି ଶେଷରେ କହିଥିଲେ ଏହି ନିର୍ବାଚନ ତାଙ୍କ ପତ୍ନୀ   ତଥା ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଓ ବିଧାୟକ ପ୍ରାର୍ଥୀ ପ୍ରଭୁ ଯାନୀ ଙ୍କୁ ଶଙ୍ଖ ଚି଼ହ୍ନ ରେ ଦୁଇ ଥର ଭୋଟ ଦେଇ ଉଭୟ ଙ୍କୁ ବିଜୟୀ କରିବା ସକାଶେ…