ବୀରମହାରାଜପୁର : (ସୌମିତ୍ରି ମେହେର) ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ମାଡ଼ ମାରିବା ଘଟଣା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ ନେଇ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଏଏସଆଇ ସନ୍ତୋଷ ସିନ୍ଦିରିଆ l ଗତ ୩ ତାରିଖରେ ଏକ ଚୋରୀ ଘଟଣାର ତଦନ୍ତ କରିବା ପାଇଁ ଟେଭାପଦର ଗାଁର ଜଗନ୍ନାଥ କର୍ମୀଙ୍କୁ ସୁବଳୟା ଥାନାକୁ ଡ଼କାଇଥିଲେ ଏ ଏସ ଆଇ ସନ୍ତୋଷ ସିନ୍ଦିରିଆ l ତଦନ୍ତ ବେଳେ ଚୋରୀ ଘଟଣାରେ ଜଗନ୍ନାଥ ସମ୍ପୃକ୍ତି ନଥିବା କହିଥିଲେ ବି ଏଏସଆଇ ସିନ୍ଦିରିଆ ଶୁଣିନଥିଲେ । ଏଏସଆଇ ବାବୁ ଜଣକ ଜଗନ୍ନାଥଙ୍କୁ ଏପରି ମାଡ଼ ମାରି ଥିଲେ ଯେ ଆଉ ଦେହର କୌଣସି ଜାଗା ବାକି ନଥିଲା l ପୋଲିସ ବାବୁଙ୍କ ମାଡ଼ରେ ଜଗନ୍ନାଥଙ୍କ ପିଚା, ଜଙ୍ଘ ଓ ପାଦରେ ପଚା ପଡିଯାଇଥିଲା l ମାଡ଼ ଖାଇବା ପରେ ଜଗନ୍ନାଥ ନାଁ ଚାଲିପାରୁଥିଲେ ନାଁ ବସି ପାରୁଥିଲେ l ଏନେଇ ପରିବାର ଲୋକ ଥାନା ଅଧିକାରୀଙ୍କୁ ଜଣାଇଥିଲେ ବି ଥାନା ଅଧିକାରୀ ଓଲଟି ଧମକ ଦେଇଥିବା ଅଭିଯୋଗ ହୋଇଛି l ଶେଷରେ ପରିବାର ଲୋକ ଫୋନ ଯୋଗେ ଏସପିଙ୍କୁ ଜଣାଇଥିଲେ l ଫଳରେ ଜଗନ୍ନାଥଙ୍କୁ ଥାନାରୁ ଛାଡି ଦିଆଯାଇଥିଲା l ପରେ ପରିବାର ଲୋକ ଗୁରୁତର ଜଗନ୍ନାଥଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ l ଯଦି ପ୍ରକୃତରେ ଜଗନ୍ନାଥ କୌଣସି ଚୋରୀ ଘଟଣାରେ ସମ୍ପୃକ୍ତ ଥିଲେ ତାହେଲେ ତାଙ୍କ ନାଁରେ କେସ କରି କୋର୍ଟ କୁ ପଠାଇ ଦିଆଗଲା ନାହିଁ କାହିଁକି ? ଥାନାକୁ ଆଣି ତିନିଦିନ ରଖିଲା ପରେ ଏହିଭଳି ମାଡ଼ମାରି ଛାଡ଼ିବା କାରଣ କଣ l ତେବେ ଅଭିଯୋଗ ପରେ ଏଏସଆଇ ସନ୍ତୋଷ ସିନ୍ଦିରିଆଙ୍କୁ ଏସପି ନିଲମ୍ବନ କରିବା ସହ ଘଟଣାର ତଦନ୍ତ ଦାଇତ୍ୱ ଅତିରିକ୍ତ ଏ ଏସ ପିଙ୍କୁ ଦେଇଥିବା ଜଣାଯାଇଛି l