Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଛିଦିନ ର ନୀରବତା ପରେ ବନ୍ଧୁଗାଁ ରେ ମାଓ ବ୍ୟାନେର

କିଛିଦିନ ର ନୀରବତା ପରେ ବନ୍ଧୁଗାଁ ରେ ମାଓ ବ୍ୟାନେର
ଲକ୍ଷ୍ମୀପୁର ୨୧/୦୬ ..କିଛି ବର୍ଷ ର ନୀରବତା ପରେ କୋରାପୁଟ ଜିଲ୍ଲା ରେ  ଲାଗିଛି ଲାଲ ବ୍ୟାନେର।କୋରାପୁଟ ଜିଲ୍ଲା ଆଲୋମଣ୍ଡା ଓ ସରପେଲି ଗାଁ ରେ ମାଓବାଦୀ ଙ୍କ ନାଁ ରେ ତେଲୁଗୁ ଭାଷାରେ ଲେଖାଥିବା ବ୍ୟାନେର ଦେଖିବାକୁ ମିଳିଛି।ସିପିଆଇ ମାଓବାଦୀ ଙ୍କ ନାଁରେ ଲଗାଯାଇଥିବା ଏହି ଲାଲ ବ୍ୟାନେର ରେ
ବିଜେଡ଼ି କର୍ମକର୍ତା ଓ ବନ ବିଭାଗ କର୍ମଚାରୀ ଙ୍କୁ ଧମକ ଦିଆଯାଇଛି। ଏପରିକି ଅଙ୍ଗନବାଡି ସାମଗ୍ରୀ ଠିକ ରେ ଅଞ୍ଚଳରେ ବଣ୍ଟନ  ହଉନଥିବା କାରଣରୁ ମଧ୍ୟ ଚେତାବନୀ ଦିଆଯାଇଛି।ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ ନାଁରେ ମାଓ ବ୍ୟାନେର ଲଗାଯାଇଛି।ଲାଲ ବ୍ୟାନେର ଲାଗିବା ପରେ ସାଧାରଣ ରେ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହୋଇଛି।