Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ,୨ହଜାର ଦକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଲାହାଣ୍ଡି:ଆଜି ସପ୍ତମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ଆଇଟିଆଇ, ସରକାରୀ ପଲିଟେକନିକ, ତାଲିମ କେନ୍ଦ୍ର ଯଥା ଶାହୀ ଏକ୍ସପୋର୍ଟସ, ବେଦାନ୍ତ ଟ୍ରେନିଂ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ଡାଟା ପିଆରଓ , ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ତାଲିମ କେନ୍ଦ୍ର ର ବିଗତ ଆର୍ଥିକ ବର୍ଷ ର ସମୀକ୍ଷା କରିଥିଲେ ଓ ଚଳିତ ବର୍ଷ ପାଇଁ 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ।ଜେଲ ଅନ୍ତେବାସି, ଦିବ୍ୟାଙ୍ଗ ଓ କୁଟିଆ କନ୍ଧ ମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ. ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସମନ୍ବିତ ଭାବରେ କାର୍ଯ୍ୟ କରି ଜିଲ୍ଲାକୁ ଦକ୍ଷତା ବିକାଶରେ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢିତୋଳିବାକୁ ନିର୍ଦେଶ ଦେଇଥିଲେ।ଏହି ବୈଠକ କୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା ଆଇଟିଆଇ ଭବାନୀପାଟଣା ର ଅଧ୍ୟକ୍ଷ ଶିବ ପ୍ରସାଦ ସାମନ୍ତରାୟ, ଆଇଟିଆଇ ଜୁନାଗଡ଼ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ପି ଏ ଆଇ ଟି ଡି ଏ ରାମକୃଷ୍ଣ ଗଣ୍ଡ , ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ ,ବେଦାନ୍ତର ଅଭିନୟ ପ୍ରତାପ, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ଡିନ ମଧୁଲିକା ସାହୁ ଆଦି ଯୋଗ ଦେଇ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ।ଏଥିରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ଦକ୍ଷତା ବିକାଶ ଅଧିକାରୀ ସୁବିଦିତ ସାମନ୍ତରାୟ, ଲୋକନାଥ ପଟେଲ, ସୁବ୍ରତ ମେହେର ଆଦି ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ