Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀମାନ୍ତ କୋଟିଆ ରେ ଗଢିଲା ରଥ ଉପଭୋଗ କଲେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ବାସି

ପଟ୍ଟାଙ୍ଗି୦୯/୦୭ରା ରାଜ୍ୟରେ ରବିବାର ରଥଯାତ୍ରା ଉତ୍ସବ ବା ରଥଟଣା କାର୍ଯ୍ୟକ୍ରମ ସରିଥିବା ବେଳେ ଏହାର ଗୋଟିଏ ଦିନ ପରେ ରାଜ୍ୟର ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତ ରେ ହୋଇଛି ରଥଟଣା କାର୍ଯ୍ୟକ୍ରମ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ରାଜ୍ୟ କୁ ଲାଗି ରହିଥିବା କୋଟିଆ ପଞ୍ଚାୟତ ସଦର ମହକୁମାରେ ସୂଚନା ମୁତାବକ ସ୍ଥାନୀୟ ବ୍ଲକ ପ୍ରଶାସନ ତଥା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଉଭୟ ଙ୍କ ଅଧ୍ୟକ୍ଷତାରେ ଉକ୍ତ ପଞ୍ଚାୟତ , ବ୍ଲକ ଓ ତହସିଲ ପ୍ରମୁଖ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହି କିପରି ଶାନ୍ତିଶୃଙ୍ଖଳା ସହ ରଥ ଟଣା ହୋଇ ପାଇବ ସେନେଇ କୋଟିଆ ପୋଲିସ ର ସହଯୋଗରେ ସମ୍ପୂର୍ଣ୍ଣ ହୋଇ ଯାଇଛି ରଥଟଣା କାର୍ଯ୍ୟକ୍ରମ । ରଥଟଣା କାର୍ଯ୍ୟକ୍ରମ ପୁର୍ବରୁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ରୁ ଆସିଥିବା ପୁଜକ ପ୍ରଶାନ୍ତ ପଣ୍ଡାଙ୍କ ସହଯୋଗରେ ପଞ୍ଚାୟତ ର ସୀମାନ୍ତ ଗ୍ରାମରୁ ତଥା ପଡୋଶୀ ଆନ୍ଧ୍ର ରାଜ୍ୟରୁ ଆସିଥିବା ଶତାଧିକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ପରିକି ନବ ନିର୍ବାଚିତ ସାଂସଦ ସପ୍ତଗିରି ଉଲାକା , ବିଧାୟକ ରାମଚନ୍ଦ୍ର କାଡାମ୍ , ଏଡିଏମ୍ ଲଗ୍ନଜିତ୍ ରାଉତ , ଉପଜିଲ୍ଲାପାଳ ବେଣୁଧର ଶବର , ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ପ୍ରତିସୁଧା ଜେନା , ରାଜ୍ୟ କଂଗ୍ରେସ ଆଦିବାସୀ ସଭାପତି ତଥା ପୁର୍ବତନ ସାଂସଦ ଜୟରାମ ପାଙ୍ଗି , ପୁର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି , ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ପ୍ରମୁଖ ଙ୍କ ସମେତ କଂଗ୍ରେସ ଦଳର ବ୍ଲକ ଓ ପଞ୍ଚାୟତ ସ୍ତରର କର୍ମୀ ଉପସ୍ଥିତ ରହି ରଥ ଟାଣିଥିଲେ । ଅନ୍ୟପକ୍ଷରେ ରଥଟଣା କାର୍ଯ୍ୟକ୍ରମ ପୂର୍ବରୁ ଛେରାପହଁରା ପୁର୍ବତନ ସରପଞ୍ଚ ସିଧେଶ୍ୱର ଗେମେଲ କରିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ସବୁଦିନ ର ପୁଜକ ମୁଗୁରି ପୂଜାରୀ ଙ୍କ ସମେତ ପୁକାଲି ପଞ୍ଚାୟତ ରୁ ଆସିଥିବା କିର୍ତନ ଦଳ , ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି , ଜିଲ୍ଲା ପଦାଧିକାରୀ ଏବଂ ଅତିଥି ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଆଶ୍ରମ ବିଦ୍ୟାଳୟ ନିକଟରେ ରହିଥିବା ଜଗନ୍ନାଥ ମନ୍ଦିର ରୁ ସମସ୍ତ ଭକ୍ତ ରଥଟାଣି ପଞ୍ଚାୟତ ର ଅଙ୍ଗନବାଡ଼ି କେନ୍ଦ୍ର ରେ ହୋଇଥିବା ମାଉସୀ ମାଁ ମନ୍ଦିର ରେ ରଥ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପହଣ୍ଡି କରି ଉକ୍ତ ମନ୍ଦିର କୁ ବିଜେ କରିଥିଲେ । ଏହି ସମୟରେ ସାଂସଦ ଉଲାକା ବର୍ତ୍ତମାନ ରାଜ୍ୟ ଏବଂ କେନ୍ଦ୍ର ରେ ଉଭୟ ସରକାର ରେ ବିଜେପି ରହିଥିବା ବେଳେ କୋଟିଆ କୁ ନେଇ ମୋର ସଂଗ୍ରାମ ଜାରି ରହିବ ଏବଂ କୋଟିଆ ହେଉଛି ଓଡିଶାର ଅବିଛେଦ ଅଙ୍ଗ ତେଣୁ ପଛକୁ ହଟିବାର ନାହିଁ ବୋଲି ଉପସ୍ଥିତ ଗଣମାଧ୍ୟମ କୁ ପ୍ରକାଶ କରିଥିଲେ । ଏଠାରେ ସୂଚନା ଥାଉକି କୋଟିଆ ରେ ହୋଇ ଆସୁଥିବା ରଥଯାତ୍ରା ରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ସମ୍ପୂର୍ଣ୍ଣ ସହଯୋଗ ରହିଥିବା ବେଳେ ଉକ୍ତ ଶ୍ରୀକ୍ଷେତ୍ର ର ନିତି କମିଟି ଆବାହକ ଭବାନି ଶଙ୍କର ଆଚାର୍ଯ୍ୟ ଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ଭିମ ସେନ ଜେନା , ସଭ୍ୟ ସୁଧା କର ପଟନାୟକ , ଶିବ ପଟ୍ଟନାୟକ , ମାରକଣ୍ଡ ପାଢ଼ୀ ଙ୍କ ସମେତ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ରଥଟଣା କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ବ୍ଲକର ଏପିଓ ସୈମ୍ୟନ୍ଦ୍ର ନାୟକ , ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ , ପିଇଓ କଣ୍ଡା ଗୋଲରି , ପୂର୍ବତନ ଜିଆଏସ୍ ଭୈମ୍ୟ ରଞ୍ଜନ ନାୟକ , ରାଜସ୍ୱ ନିରୀକ୍ଷକ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।