Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ୍ ଅଟକି ଘାଟି ଜାମ ଦୀର୍ଘ ୦୭ ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ

ପଟ୍ଟାଙ୍ଗି୨୧/୦୭କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ର କୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ୍ ଅଟକି ଘାଟି ଯାମ ହୋଇଥିବା ବେଳେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ଉକ୍ତ ରାସ୍ତା ରେ ଗାଡ଼ି ଚଳାଚଳ ସ୍ବାଭାବିକ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରି ୦୭ ଘଣ୍ଟା ପରେ ଗାଡି ଚଳାଚଳ ସ୍ବାଭାବିକ କରିବା ରେ ସକ୍ଷମ ହୋଇଥିଲେ ମଧ୍ୟ ପୁଣି ଉକ୍ତ ସ୍ଥାନରେ ରାସ୍ତା ଜାମ୍ ହେବା ଅନେକ ସମ୍ଭାବନା ରହିଥିବା ସହ ଭାରି ଯାନବାହନ ଚଳାଚଳ ରେ ବିପଦ ରହିଥିବା ସହ ଦୁର୍ଘଟଣା ଘଟିବା ଅନେକ ସମ୍ଭାବନା ରହିଛି ବୋଲି ପୋଲିସ ବିଭାଗ ପକ୍ଷରୁ ଜଣାପଡି ଥିବା ବେଳେ ଏହା ଜାତୀୟ ରାଜପଥ ବିଭାଗ ର ଦାଇତ୍ଵ ବୋଲି ଜାମ୍ ନିକଟରେ ଅଟକି ରହିଥିବା ମାଲବାହୀ ଟ୍ରକ୍ ଡ୍ରାଇଭର ମାନେ ଦାବି ଉଠାଇଛନ୍ତି । ସୂଚନା ମୁତାବକ ଓଡ଼ିଶାର କୋରାପୁଟ ରୁ ପଡୋଶୀ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ନଂ AP39 VF 7549 ଗାଡ଼ି ଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ରାଜପଥ ଉପରେ ଅଟକି ରହିଥିବା ବେଳେ ଅନ୍ୟ ଏକ ଟ୍ରକ୍ ଯଥା ଆନ୍ଧ୍ର ରାଜ୍ୟରୁ କୋରାପୁଟ ଅଭିମୁଖେ ଆସୁଥିବା ଟ୍ରକ୍ ନଂ AP26 TT 9018 ଗାଡ଼ି ଟି ଅଟକି ରହିଥିବା ଉପରୋକ୍ତ ଟ୍ରକ୍ ଟିର ପାର୍ଶ୍ଵ ଦେଇ ଆସିବା କୁ ଉଦ୍ୟମ କରୁଥିବା ବେଳେ ଟ୍ରକ୍ ଟି କାଦୁଅ ରାସ୍ତା ରେ ଅଟକି ଯାଇଥିଲା । ଯାହାକି ଟ୍ରକ୍ ର ଡ୍ରାଇଭର ଙ୍କ ଉପସ୍ଥିତ ବୁଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଥିଲା । ଅନ୍ୟପକ୍ଷରେ ରାଜପଥର ଉକ୍ତ ଘାଟି ରାସ୍ତାରେ ରାତି ୦୪ଟା ସମୟରେ ଏହିପରି ଘଟଣା ଘଟି ଥିବା ବେଳେ ପୋଲିସ ସେହି ବିଳମ୍ବିତ ରାତିରେ ଖବର ପାଇ ଥାନାଧିକାରୀ ଚତୁର୍ଭୁଜ ନାୟକ , ଏ ଏସ ଆଇ ମାଧବ ତାଡିଙ୍ଗି ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ସକାଳ ୦୬ଟା ରୁ ଏକ ଜେସିପି ମେସିନ୍ ଗାଡ଼ି ଡକାଇ କାଦୁଅ ରାସ୍ତାରେ ଅଟକି ରହିଥିବା ଗାଡ଼ି କୁ ହଟାଇବା ପାଇଁ ଆରମ୍ଭ କରିଛନ୍ତି ଉଦ୍ୟମ । ସେପଟେ ଉଭୟ ଦୁଇ ରାଜ୍ୟ କୁ ଯାତାୟାତ କରୁଥିବା ସମସ୍ତ ଯାତ୍ରୀ ବାହି ବସ ଗୁଡିକ କୁ ପୋଲିସ କୁନ୍ଦୁଲି ସାପ୍ତାହିକ ହାଟ ରୁ ରେଙ୍ଗା ଗ୍ରାମ ଦେଇ ପୁକାଲି ହୋଇ ରାଲେଗଡା ରାଜୁଗୁଡା ଛକରେ ବାହାରିବା ପାଇଁ ସୁବିଧା କରାଇଥିବା ବେଳେ ଅନୁରୂପ କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ବସ୍ ଗୁଡିକ କୁ ସେହି ରାଜୁଗୁଡା ହୋଇ କୁନ୍ଦୁଲି ସାପ୍ତାହିକ ହାଟକୁ ବାହାରିବା ପାଇଁ ଛକ ମାନଙ୍କରେ ଥାନାଧିକାରୀ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ମୁତୟନ ହୋଇ ସହଯୋଗ କରୁଛନ୍ତି । ଏଠାରେ ସୂଚନା ଥାଉକି ଉକ୍ତ ଘାଟି ରେ ଦୀର୍ଘ ୦୫ ଘଣ୍ଟା ହେଲା ଘାଟି ଜାମ୍ ହୋଇଥିବା ଜଣାପଡିଛି ।