Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାର୍ ଦୁର୍ଘଟଣାଗ୍ରସ୍ତ, ୩ଗୁରୁତର …

ଅନୁଗୋଳରୁ ସୋନପୁର ଅଞ୍ଚଳକୁ ଯାଉଥିବା ଏକ କାର୍ (ନଂ-ଓଡି ୦୨ସିସି ୦୭୫୬) ବଇଣ୍ଡା – କିଆକଟା- ଆଠମଲ୍ଲିକ୍ ୬୨ ନମ୍ବର୍ ରାଜ୍ୟ ରାଜପଥର ମାଲିପଦର୍ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ହେବାରୁ ୩ ଜଣ ଗୁରୁତର ହୋଇଛନ୍ତି। କାର ଟି ଏକ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଯାଇ ଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତ ମାନଙ୍କୁ ଉଦ୍ଧାର କରି ଆଠମଲ୍ଲିକ୍ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିିକିତ୍ସା ପରେ ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।ସମସ୍ତ ଆହତ ଅନୁଗୋଳ ସହର ବୋଲି ଜଣାପଡିଛି ।