Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଆ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ।

କଳାହାଣ୍ଡି:୧୯/୦୮(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଥମୁନି ଦାଦନ ଯନ୍ତ୍ରଣା, ବ୍ଲକ ର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡା ର ସନୁ ଛାତ୍ରୀଆ ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆ ର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡା ର ସନୁ ଛାତ୍ରୀଆ ଆଜକୁ ୩ ମାସ ତଳେ ପେଟପାଟଣା ପାଇଁ ନିଜ ସମ୍ପର୍କୀୟ ଶଳା (ଛତିଶଗଡ଼ ଝାକରପଡା ) ସହ ମିଶି ଗୋଆ କୁ ଦାଦନ।ଖଟିବାକୁ ଯାଇ ଏକ ଠିକାସଂସ୍ଥା ରେ ବିଲଡିଂ କାର୍ଯ୍ୟ ରେ ନିୟୋଜିତ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଦେହ ଅସୁସ୍ଥ ହୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତୁରା ହେମରାଜ ଛାତ୍ରୀଆ କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲରେ ରହିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ମୃତକ ଙ୍କ ଶବ ଭିଟାମାଟି କୁ ପଠାଇବା ନେଇ ଠିକାଦାର ଙ୍କ ସହ ଯୋଗାଯୋଗ କରାଯାଇଛି। ଏଣେ ଘର ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଙ୍କ ମୃତ୍ୟୁ ଖବର ଶୁଣି ପରିବାର ରେ କାନ୍ଦ ବୋବାଳି ପଡିଛି। ପ୍ରଶାସନ ପକ୍ଷରୁ ମୃତକ ଦାଦନ ର ଶବ ଫେରାଇ ଆଣିବାକୁ ନିବେଦନ କରାଯାଇଛି।