Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଆଜି ସରକାରଙ୍କ ସୁଭଦ୍ରା ଯୋଜନା ନେଇ ଏକ ସଚେତନତା ସଭା ଏବଂ ଶୋଭାଯାତ୍ରା କରାଯାଇଥିଲା। ବିଡ଼ିଓ ସୁଶ୍ରୀ ରୀନା ନାଏକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସିଡିପିଓ ମମତା ପଟେଲ ପରିଚାଳନା କରିଥିଲେ। ଏଥିରେ ଶତାଧିକ ସ୍ଵୟଂ ସହାୟକ ମହିଳା ମାନେ ଯୋଗଦେଇ ଜମନକିରା ପଞ୍ଚାୟତ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ ପରିସରରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ଗାଁ ଚାରିପଟେ ବୁଲି ଲୋକଙ୍କୁ ସଚେତନ କରେଇଥିଲେ। ପରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଭା କରାଯାଇଥିଲା। ଏଥିରେ ସୁଭଦ୍ରା ଯୋଜନାର ବିଭିନ୍ନ ଦିଗ ଉପରେ ବିଡ଼ିଓ, ସିଦିପିଓ ବୁଝାଇଥିଲେ। ଏଥିରେ ସରୋଜ କୁମାର ମିଶ୍ର, ଅକ୍ଷୟ ଟପ୍ପ ଏବଂ ମିଶନ ଶକ୍ତିର ଚୂଡ଼ାମଣି ପଧାନ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ