ବିଲ୍ ପାସ୍ ପାଇଁ ଆସିଷ୍ଟାଣ୍ଡ ଇଞ୍ଜିନୟରଙ୍କ ପାଦ ଧରିଲେ ସରପଞ୍ଚ…


ଅନୁଗୁଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ର ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କ ପାଦ ଧରିଛନ୍ତି କୁଦଗାଁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଖୋଦ୍ ଜେଇଙ୍କ କାର୍ଯ୍ୟାଳୟରେ । ସୂଚନା ଅନୁସାରେ ମନରେଗା କାମରେ ପିସି ନ ଦେଲେ ବିଲ୍ ପାସ୍ କରୁ ନ ଥିବା ଅଭିଯୋଗ କଲା ପରେ ମଧ୍ୟ କେହି ନ ଶୁଣିବା ଯୋଗୁଁ,ବାଧ୍ୟ ହୋଇ କୁଦଗାଁ ସରପଞ୍ଚ ଶ୍ରୀ ଖେତୀ ବ୍ଲକ୍ ଅଫିସ ଯାଇ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କ ପାଦ ତଳେ ପଡି ନେହୁରା ହୋଇ ବିଲ୍ ପାସ୍ ପାଇଁ କହିଥିଲେ।
ଏ ଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜନପ୍ରତିନିଧିଙ୍କ ପ୍ରତି କେତେ ସମ୍ମାନ ରହିଛି ପ୍ରଶାସନର ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସରକାର୍ ବଦଳିଛି କିନ୍ତୁ ବଦଳିନି ପିସି କାରବାର ।ପଞ୍ଚାୟତ ର ଚନ୍ଦ୍ରପୁର, କାନପୁର, ତେଣ୍ଠେଇପାଲି ରେ ମନରେଗା କାମ ସରିଥିଲେ ମଧ୍ୟ ବକେୟା ବିଲ୍ ପାସ୍ ନ କରିବାରୁ ଶ୍ରମିକମାନଙ୍କ ପାରିଶ୍ରମିକ ଅଟକି ରହିଛି କେବଳ ପିସି ପାଇଁ।