Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ 40ବର୍ଷ ରୁ ଉର୍ଦ୍ଧ୍ବ ଜୁବକ ଙ୍କ ଏକ ଦିନିଆ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏମସିଏଲ ବୁର୍ଲା ଚମ୍ପିୟାନ

ରେଙ୍ଗାଲି ବ୍ଲକ ଜାମବାହାଲ ଖେଳ ପଡିଆ ରେ 40ବର୍ଷ ରୁ ଉର୍ଦ୍ଧ୍ବ ଜୁବକ ମାନଙ୍କ ମଧ୍ୟରେ ଏକ ଦିନିଆ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମେଚ ଏମସିଏଲ ବୁର୍ଲା ଓ ବାଲଯୁରି, ଝାରସୁଗୁଡା ମଧ୍ୟରେ ହୋଇଥିଲା। ଏମସିଏଲ ବୁର୍ଲା ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ବିଜୟୀ ଦଳ କୁ 7000 ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳକୁ 5000ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ, ତୁଲାଚାନ୍ଦ ଓରାମ, ସଞ୍ଜୟ ଓରାମ, ରବି ଓରାମ, ଶୁକମଣି ଓରାମ, ପ୍ରଦୀପ ମେହେର, ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଦିନବନ୍ଧୁ ଓରାମ, ଜୟସିଂହ ଓରାମ, ସୁରଜ ଓରାମ, ଦେବାଶିଷ ଓରାମ, ଗୋବିନ୍ଦ ଓରାମ ପ୍ରମୁଖ ଙ୍କ ସହ ଆୟୋଜକ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।