ଦେଉଳମୁଣ୍ଡା ରେ ବ୍ଲକ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଳମୁଣ୍ଡା ଗ୍ରାମରେ 3ୟ ତମ ବ୍ଲକ ସ୍ତରୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାଁ ମାହେଶ୍ୱରୀ ଙ୍କ ପ୍ରାଙ୍ଗଣ ରେ ପୂଜା ଅର୍ଚ୍ଚନା କରି ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ବାଘ ଫିତା କାଟି ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ । ପ୍ରତିଯୋଗିତା ରେ ସୁବଳୟା , ବୀରମହାରାଜପୁର ଗେଲେକ୍ସି , ଦେଉଳମୁଣ୍ଡା ବ୍ୟାଡମିଣ୍ଟନ ଗାଲକ୍ସୀ ଓ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ । ସମୁଦାୟ ୧୭ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବୀରମହାରାଜପୁର ଗେଲେକ୍ସି ର ଗୋପୀନାଥ ମହାକୁର ଓ ପ୍ରିୟବ୍ରତ ଜଗଦଳା ବିଜେତା ହୋଇଥିବାବେଳେ ଉପ ବିଜେତା ବୀରମହାରାଜପୁର ର ମୋନଜ ଝଙ୍କାର ଓ ଜଗା ମେହେର ହୋଇଛନ୍ତି । ଏହି ପ୍ରତିଯୋଗିତାରେ ସର୍ବୋତ୍ତମ ସ୍ୱେଚ୍ଛାସେବୀ ହିସାବରେ ଗଙ୍ଗାଧର ନାୟକ ଓ ପ୍ରଦ୍ୟୁମ୍ନ ଚାନ୍ଦ କୁ ସମ୍ବିର୍ଦ୍ଧିତ କରାଯାଇ ଥିଲା I ସର୍ବୋତ୍ତମ ଖେଳାଳି ହିସାବରେ ମନୋଜ ଝଙ୍କାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ହିସାବରେ ପୂର୍ବତନ କ୍ରୀଡା ଶିକ୍ଷକ ନେରେନ୍ଦ୍ର ଚାନ୍ଦ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ବାଘ, ଶିକ୍ଷକ ଗୋପବନ୍ଧୁ ଭୋଇ ସମେତ ଅନୁଷ୍ଠାନ ର ସଭାପତି ସତ୍ୟନାରାୟଣ ଚାନ୍ଦ , ସମ୍ପାଦକ ଜିତେନ୍ଦ୍ର କୁମାର ଚାନ୍ଦ , ବରିଷ୍ଠ ଖେଳାଳି ମନୋରଞ୍ଜନ ଚାନ୍ଦ , ରାଧାକାନ୍ତ ବାଗ , ଶୁଭ୍ରାଂଶୁ ପାଢ଼ୀ , ଯୁବ ଖେଳାଳି ଅକ୍ଷୟ ଚାନ୍ଦ, ସୁଜିତ ଛନ୍ଦ , ଶୁଭେନ୍ଦୁ ଚାନ୍ଦ , ଧ୍ରୁବଚରଣ ବାଗ ଓ ପ୍ରାଣବନ୍ଧୁ ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ଖେଳ ମାଧ୍ୟମରେ ଏକ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏକ ବାର୍ତ୍ତା ସ୍ୱରୂପ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିବା କହିଥିଲେ ସମ୍ପାଦକ ଜିତେନ୍ଦ୍ର ଚାନ୍ଦ । ବରିଷ୍ଟ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ଓ ଗିରିଧାରୀ ହୋତା ଖେଳ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଶୁଭ୍ରାଂଶୁ ପାଢୀ ଧାରା ବିବରଣୀ ପ୍ରଦାନ କରିଥିଲା ।