Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେ ଏସ ଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଘିଚାମୁରା ଗ୍ରାମରେ ଜେ ଏସ ଡବ୍ଲୁ ଫାଉଣ୍ଡେସନ ଓ ହେଲ୍ପ ଏଜ୍ ଇଣ୍ଡିଆ ମିଳିତ ଆନୁକୁଲ୍ୟ ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଜେ ଏସ ଡବ୍ଲୁ ଫାଉଣ୍ଡେସନ ର ସି ଏସ ଆର ମ୍ୟାନେଜର ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଚର୍ମରୋଗ ବିଶେଷଜ୍ଞ, ମେଡିସିନ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ମାନେ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ରକ୍ତ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଘୁଚାମୁରା ପଞ୍ଚାୟତ ଅନ୍ତର୍ଗତ ବୁଦୁଲା, ଗୁମକାରୁମା, ବେଉଁରା, କେନ୍ଦୁମାଳ, ଡେରବା ଏବଂ ଘିଚାମୂରା ଗ୍ରାମରେ ଶତାଧିକ ଲୋକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ରେ ହେଲ୍ପ ଏଜ ଇଣ୍ଡିଆ ର ମେଡିକାଲ ଅଫିସର ଡା. ସୁବ୍ରଜିତ୍ ମାହାରୀ, ଫାର୍ମାସିଷ୍ଟ ବିକାଶ ନାୟକ, ଏସପିଓ ଚନ୍ଦନ କୁମାର ବେହେରା, ସନ୍ଧ୍ୟାରାଣୀ ବାଗ, ଜେ ଏସ ଡବ୍ଲୁ ଫାଉଣ୍ଡେସନ ର ଅନ୍ତର୍ଯ୍ୟାମୀ ନାୟକ, ପଞ୍ଚାନନ ପଣ୍ଡା, ଘୁଚାମୂରା ସରପଞ୍ଚ ରାଜୀବ କିଶାନ, ବିବେକ, ହିମାଂଶୁ ପ୍ରମୁଖ ଶିବିର ଆୟୋଜନ ରେ ସହଯୋଗ କରିଥିଲେ।