Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଆଥେଲେଟିକ୍ସ ଏସୋସିଏସନ ପକ୍ଷରୁ ରେଙ୍ଗାଲି ରେ 10 ଦିନିଆ ସିନିୟର ମେନ ଇଣ୍ଟ୍ରା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ।

ସମ୍ବଲପୁର ଜିଲ୍ଲା ଆଥେଲେଟିକ୍ସ ଏସୋସିଏସନ ପକ୍ଷରୁ ରେଙ୍ଗାଲି ମିନିଷ୍ଟାଡ଼ିୟମ ଠାରେ ରେଙ୍ଗାଲି ଆଥେଲେଟିକ୍ସ ଏସୋସିସନ ର ସହଯୋଗ ରେ 10 ଦିନିଆ ସିନିୟର ମେନ ଇଣ୍ଟ୍ରା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ସମାରୋହ ରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ, ତାଙ୍କ ସହ ସାମ୍ବାଦିକ ନରେଶ ମାହାଣା, ସନ୍ତୋଷ ବର୍ମା, ବାବୁଳୁ ଗହିର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଆଜି ଉଦ୍ଘାଟନୀ ମ୍ୟାଚ ସମ୍ବଲପୁର ସହଯୋଗ କ୍ଲବ ଓ ଏ. ଏ. କଣ୍ଟାପାଲି ଏଥେଲେଟିକ୍ସ ଏସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚରେ ଏ. ଏ. କଣ୍ଟାପାଲି ଏଥେଲେଟିକ୍ସ ଏସୋସିଏସନ ଦଳ ବିଜୟୀ ହୋଇଥିଲେ।