ଜାନୁୟାରୀ ୩୦ରେ ସମ୍ବଲପୁର କ୍ଷେତ୍ରୀୟ ଡାକ ଅଦାଲତ


ସମ୍ବଲପୁର: ସମ୍ବଲପୁର କ୍ଷେତ୍ରୀୟ ଡାକ ଅଦାଲତ ଆଗାମୀ ଜାନୁୟାରୀ ୩୦ ତାରିଖ ସୋମବାର ପୂର୍ବାହ୍ନ ଘ. ୧୧.୦୦ ଟିକା ସମୟରେ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ୟାଳୟ, ସମ୍ବଲପୁରଠାରେ ଅନୁଷ୍ଠିତ ହେବ । ଜନସାଧାରଣ ସେମାନଙ୍କର ଅଭିଯୋଗ ଗୁଡିକ ପ୍ରଥମେ ଡିଭିଜନସ୍ତରୀୟ ଡାକ ଅଦାଲତରେ ଉପସ୍ଥାପିତ କରିବେ । ଯଦି ସେଠାରୁ ସନ୍ତୋଷଜନକ ସମାଧାନ ପାଇବାରେ ଅସମର୍ଥ ହୁଅନ୍ତି, ତାହାହେଲେ ସେମାନେ କ୍ଷେତ୍ରୀୟ ଡାକ ଅଦାଲତରେ ସେମାନଙ୍କର ଅଭିଯୋଗ ଗୁଡିକ ଉପସ୍ଥାପିତ କରିପାରିବେ ।
ଏଥିପାଇଁ ଡାକଘର କାରବାର ସମ୍ୱନ୍ଧୀୟ ଅଭିଯୋଗକୁ ତିନିକିତା କରି ସେସହିତ (କ) ସମ୍ପୃକ୍ତ ଡାକଘର ରସିଦ / ପ୍ରମାଣପତ୍ର, (ଖ) ଅଭିଯୋଗର ବିବରଣୀ, (ଗ) ଅଭିଯୋଗକାରୀଙ୍କ ନାମ ଓ ସମ୍ପୂର୍ଣ ଡାକ ଠିକଣା ସହିତ ସମ୍ପୃକ୍ତ ଡିଭିଜନର ଡାକଘର ସୁପରିଟେଣ୍ଡେଣ୍ଟ କିମ୍ବା ସହାୟକ ଡାକ ନିର୍ଦେଶକ, ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ୟାଳୟ, ସମ୍ବଲପୁର-୭୬୮୦୦୧ ଠିକଣାରେ ଚଲିତ ମାସ ୨୪ ତାରିଖ ସୁଦ୍ଧା ପଠାଇବାକୁ ହେବ ।
ଡାକସେବା ଅସମ୍ୱନ୍ଧୀୟ ଅଭିଯୋଗ ଯଥା ଡାକଘର ସ୍ଥାପନା, ନୂତନ ପଦ ସୃଷ୍ଟି, ଡାକଘରର ଭଡା କିମ୍ବା ଘରଭଡା ଇତ୍ୟାଦି ଡାକ ଅଦାଲତରେ ବିଚାର ପରିସରଭୁକ୍ତ ନୁହଁ । ତେଣୁ ଏ ସମ୍ବନ୍ଧରେ କୌଣସି ଅଭିଯୋଗ ନ ପଠାଇବାକୁ ପରାମର୍ଶ ଦିଆଯାଉଛି ।୨୪ ତାରିଖ ପରେ ମିଳିଥିବା ଅଭିଯୋଗଗୁଡିକ ବିଚାରକୁ ନିଆଯିବ ନାହିଁ ବୋଲି ବିଭାଗୀୟ ସହାୟକ ନିର୍ଦେଶକ (ଜନ ଅଭିଯୋଗ) ଜଣାଇଛନ୍ତି।