ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଂଗଠନ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରରମ୍ଭରେ ଅନୁଷ୍ଠାନ ର ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ବୈଠକ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକରେ ଆଗାମୀ ଜାନୁଆରୀ ୧୮ତାରିଖରେ ହେବାକୁ ଥିବା ସଂସଦର ବାର୍ଷିକୋତ୍ସବ ପାଳନ ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଭଳି ସମାଜ ପ୍ରତି ଅବଦାନ ଥିବା ଅଞ୍ଚଳ ର ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଚୟନ କମିଟି ଗଠନ କରାଗଲା । ଏହି କମିଟିରେ ସଙ୍ଗଠନ ର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ଭଗବାନ ମିଶ୍ର , ଉପଦେଷ୍ଟା ଗୋପିନାଥ ମହାକୁର , ଉପ ସଭାପତି ସୌମିତ୍ରି ମେହେର ପ୍ରମୁଖ ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ବରିଷ୍ଠ ସଦସ୍ୟ ଅକ୍ଷୟ ହୋତାଙ୍କ ପ୍ରସ୍ତାବ କ୍ରମେ ପରିବେଶ ସୁରକ୍ଷା , ବୃକ୍ଷ ରୋପଣ , ନିଶା ନିବାରଣ ଆଦିକୁ ଗୁରୁତ୍ଵ ଦେଇ ପ୍ଲା କାର୍ଡ ସହିତ ନଗର ପରିକ୍ରମା ପୂର୍ବକ ଜନ ସଚେତନତା ସୃଷ୍ଟି କରିବାକୁ ସ୍ଥିର କରାଯାଇଛି । କୋଷାଧ୍ୟକ୍ଷ ଦୟାନିଧି ହୋତା ଗତବର୍ଷର ଆୟବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ବରିଷ୍ଠ ସଭ୍ୟ ଧୃବ ଚରଣ ଦାସ , ବଳରାମ କାଣ୍ଡ , ବାସୁଦେବ ରଥ , ଅକ୍ଷୟ ମିଶ୍ର , ରାଧେଶ୍ୟାମ ରାଏ , ଚମରା ମହାକୁର , ନିତ୍ୟାନନ୍ଦ ତ୍ରିପାଠୀ , ଅକ୍ରୂର ଦନ୍ତା , ମାର୍କଣ୍ଡେଶ୍ୱର ମିଶ୍ର , ରବି ନାରାୟଣ ବେହେରା , ଦିଲ୍ଲିପ କୁମାର ମିଶ୍ର , ମାନଭଞ୍ଜନ ମିଶ୍ର ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ । ଶେଷରେ ଡ.ଦ୍ବିତୀକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।