ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଦାବିରେ ଭବାନୀପାଟଣାରେ ବୈଠକ।


କଳାହାଣ୍ଡି:୨୩/୧୨
ଖବରଦାତା—ସନତ ପ୍ରଧାନୀ
ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବ୍ରୁଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ଆଜିକୁ ୬ମାସ ପରେ ବି ହିତାଧିକାରୀ ହତାଶ ହେଇଛନ୍ତି। ତେଣୁ ଆଜି ଭବାନୀପାଟଣା ମୁନିସିପାଲିଟି ର ୱାର୍ଡ ନଂ-୦୩ ର ୧୦୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ରାମନଗର ପଡା ସ୍ଥିତ ବିଶ୍ୱାଳ ନର୍ସରୀ ଗଳି ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଏକ ବୈଠକ ହୋଇଯାଇଅଛି । ଯଦି ସରକାର ନବ ବର୍ଷ ୨୦୨୫ ଭିତରେ ଭତ୍ତା ୩୦୦୦-୩୫୦୦ ଟଙ୍କା ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ହେବା ପାଇଁ ସଂଗଠନ ତରଫରୁ ସଜବାଜ ହେଉଛି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି । ନାରୀ ନେତ୍ରୀ କବିତା ରାଉତ, ସୀତାରାମ ଘି ପ୍ରମୁଖ ଉଦବୋଧନ ଦେଇଥିଲେ ଏବଂ ଭତ୍ତାଧିକାରୀମାନେ ମଧ୍ଯ ଅସନ୍ତୋଷ ବ୍ୟକ୍ତ କରି ଆଗାମୀ ଦିନରେ ହଜାର ହଜାର ସଂଖ୍ଯାରେ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଓ କରିବୁ କହିଥିଲେ । ଏହି ବୈଠକ ସଫଳ କରିବା ପାଇଁ ସଦସ୍ଯ ବିଶ୍ୱନାଥ ବାଗ, ପୁର୍ଣ୍ଣ ଚନ୍ଦ୍ର ଗଉଡ, ନିରଞ୍ଜନ ନାଗ, ମନୋରଞ୍ଜନ ରାୟ, ବୈଷ୍ଣବ ନାଗ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।