Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମାସେ ରୁ ଅଧିକ ହେଲାଣି ପେଟ୍ରୋଲ ପମ୍ପ ବନ୍ଦ, ନାହିଁ ନଥିବା ସମସ୍ୟାରେ ଅଞ୍ଚଳବାସୀ

ଜମନକିରା: ଜମନକିରା ସଦର ମହକୁମାରେ ଥିବା ସାଗର ପେଟ୍ରୋଲ ପମ୍ପ ଆଜକୁ ମାସେ ରୁ ଉର୍ଦ୍ଧ ସମୟ ହେବ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ଯଦ୍ୱାରା ଅଞ୍ଚଳବାସୀ ତେଲ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଯୋଗ୍ୟ ଯେ, ଇଣ୍ଡିଆନ ଅଏଲ କମ୍ପାନୀ ପକ୍ଷରୁ ଗତ ୨୫ବର୍ଷରୁ ଅଧିକ ଦିନ ହେବ ଏକ ପେଟ୍ରୋଲ ପମ୍ପ ସଦର ମହକୁମାରେ ସ୍ଥାପନ କରାଯାଇଥିଲା। ସଂପୃକ୍ତ ପମ୍ପଟି ଜନୈକ ତହସିଲଭୁକ୍ତ ଜାତିଙ୍କ ନାଁରେ କମ୍ପାନୀ ପକ୍ଷରୁ ଆବଣ୍ଟନ କରାଯାଇଥିଲା। ସଂପୃକ୍ତ ବ୍ୟକ୍ତି ତେଲ ଅପମିଶ୍ରଣ ତଥା ହେରଫେର ଅଭିଯୋଗରେ କିଛି ବର୍ଷ କୋର୍ଟରେ ବିଚାରାଧୀନ ହୋଇ ବନ୍ଦ ପଡ଼ିଥିଲା। ପରେ ପୁନର୍ବାର ସଂପୃକ୍ତ ବ୍ୟକ୍ତି ପମ୍ପ କୁ କାର୍ଯ୍ୟକ୍ଷମ କରିଥିଲେ। କହିବାକୁ ଗଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ପମ୍ପକୁ ଆଜି ପର୍ଯ୍ୟନ୍ତ ସୁଚାରୁ ରୂପେ ଚଲେଇ ନାହାନ୍ତି। ତାଙ୍କ ନାଁରେ ଥିଲେ ମଧ୍ୟ ବହୁବାର ଅନ୍ୟର ସହଯୋଗରେ ଅଦ୍ୟାବଧି ଚଲେଇ ଆସୁଛନ୍ତି। ଏବେ ମାସେରୁ ଅଧିକ ଦିନ ବନ୍ଦ ହୋଇ ପଡିଥିବା ବେଳେ ବଜାରରେ ଡିଜେଲ ଓ ପେଟ୍ରୋଲ ଚଢ଼ା ଦରରେ ବିକ୍ରି ହେବା ସହ ଲୋକେ ଅପମିଶ୍ରଣର ଶିକାର ହେଉଛନ୍ତି। ଅଧିକ ଡର ଦେଇ ଅପମିଶ୍ରଣ ତେଲ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଖରାପ ତେଲ ଯୋଗୁଁ ଗାଡ଼ି ଗୁଡ଼ିକ ଅନାସ୍ୟରେ ବିଗିଡିବାକୁ ଲାଗିଛି। ଏହି ପମ୍ପ ଉପରେ ପ୍ରାୟ ବ୍ଲକ ଅଞ୍ଚଳର ଅନେକାଂଶ ଲୋକେ ନିର୍ଭର କରୁଥିବା ବେଳେ ବନ୍ଦ ଯୋଗୁଁ ବହୁ ଦୂର ଯାଇ ତେଲ ଭର୍ତି କରିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏହାର ଶୀଘ୍ର ପ୍ରତିକାର ନକଲେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏବାବଦରେ ଇଣ୍ଡିଆନ ଅଏଲ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେହେଁ କର୍ତ୍ତୃପକ୍ଷ ଲୋକଙ୍କ ଗୁରୁତ୍ୱକୁ ଅଣଦେଖା କରିଚାଲିଛନ୍ତି। ପ୍ରତିକାର କରିବା ପ୍ରତିବଦଳରେ ସଂପୃକ୍ତ ବ୍ୟକ୍ତିକୁ ଘଣ୍ଟ ଘୋଡାଇ ରଖିଛନ୍ତି। ତେବେ ଅଞ୍ଚଳବାସୀ ସଂପୃକ୍ତ ବ୍ୟକ୍ତି ପ୍ରତିବଦଳରେ ଅନ୍ୟ ଜଣକୁ ଆବଣ୍ଟନ କରିବା ପାଇଁ ଦାବି କରୁଛନ୍ତି।
ଏସଂକ୍ରାନ୍ତରେ ଇଣ୍ଡିଆନ ଅଏଲ କମ୍ପାନୀର ସେଲ୍ସ ଅଫିସର ପ୍ରଭାକର ଭଟ୍ଟଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କଲ ରିସିଭ କରିନଥିଲେ। ତେଣୁ ତାଙ୍କ ମତ ନିଆଯାଇ ପାରିନଥିଲା।