Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଗୁଳ ଜିଲ୍ଲାର ଭାଙ୍ଗମୁଣ୍ଡା ଗାଁ ରେ ଭାଇ, ଭଉଣୀ ଙ୍କୁ ଗୁଳିମାଡ଼

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗାଁରେ ରାତିରେ ଶୋଇଥିବା ବେଳେ ଭାଇ,ଭଉଣୀ କୁ ଗୁଳିମାଡ଼ ।
ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ତେବେ ନାବାଳକ ଏବଂ ନାବାଳିକା ଭାଇଭଉଣୀ ଙ୍କୁ କିଏ କାହିଁକି ଟାର୍ଗେଟ କଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଘଟଣା ସ୍ଥଳରେ ଅନୁଗୁଳ ଏସ୍ ପି ରାହୁଲ୍ ଜୈନ ଏବଂ କିଶୋରନଗର ଥାନା ଅଧିକାରୀ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ