ସୋର: ଚାଲିଥିଲା ରୋଷେଇ । ହଠାତ ଫାଟିଥିଲା ପ୍ରେସର କୁକର । ତେବେ ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତିଲେ ଯାଇଥିଲେ ଘରେ ଥିବା ଦମ୍ପତି । ଘଟଣା ବାଲେଶ୍ବର ବାହାନଗା ବ୍ଲକ ସାଉଡ଼ ଅଞ୍ଚଳର ସମୋନାଥ ଜେନାଙ୍କ ଘରେ ଘଟିଛି ।
ସୋମନାଥଙ୍କ ପତ୍ନୀ ଝରଣା ରାତିରେ ସାଢେ ତିନି କିଲୋ ମାଂସ ପ୍ରେସର କୁକରରେ ସିଝାଇବାକୁ ବସାଇଥିଲେ । ଏହି ସମୟରେ ପ୍ରେସର କୁକର ଫାଟି ଥିଲା । ଏଥିରେ ସେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ଝରଣାଙ୍କ ମୁହଁ ଓ ହାତ ପୋଡି ଯାଇଛି l ପ୍ରେସର କୁକରକୁ ଗ୍ୟାସରୁ ଓହ୍ଲାଉଥିବା ସୋମନାଥଙ୍କ ହାତ ପୋଡି ଯିଇ ସାମାନ୍ୟ ଆହତ ହୋଇଛନ୍ତି l ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଝରଣାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।