Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତ ଦିନ ପରେ ଅଖା ଭିତରୁ ବାହାରିଲେ ନିଖୋଜ ମହିଳା

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ନକଟିପାଲି ଗ୍ରାମର ଭାଲୁ (ଡାକ ନାଁ) ନାମକ ବିଧବା ମହିଳା ଗତ ୧୨ ତାରିଖରୁ ନିଖୋଜ ଥିଲେ। ଏନେଇ ମହିଳାଙ୍କ ପୁଅ ଏବଂ ଗ୍ରାମର କିଛି ଯୁବକ ଅନେକ ଖୋଜାଖୋଜି କରି ପାଇନଥିଲେ। ସନ୍ଦେହ ବଢିବାରୁ ବେଲୁଆମାଲ ଗ୍ରାମର ନଦୀ କୂଳରେ ଘର କରି ରହୁଥିବା ପୃଥିରାଜ ଦୀକ୍ଷିତ ଉପରେ ନଜର ପଡିଲା। ପୃଥିରାଜ ଆହାରଛେଦ ମଧ୍ୟପ୍ରଦେଶରୁ ଆସି ବେଲୁଆମାଲ ଗ୍ରାମରେ ବିବାହ କରି ଦଶ ବାରବର୍ଷ ହେବ ବେଲୁଆମାଲ ଗ୍ରାମରେ ରହିଆସୁଛି। ପୃଥିରାଜ ଘଟସୁତ୍ର କାମ କରି ମଧ୍ୟପ୍ରଦେଶରୁ ବର ଆଣି ଏଅଞ୍ଚଳର କିଛି ଝିଅଙ୍କୁ ବିବାହ ମଧ୍ୟ କରାଇଛନ୍ତି। ଘଟସୁତ୍ର କାମ କରି ଗୋଟିଏ ବାହାଘର ଠିକ କଲେ ହଜାର ହଜାର ଟଙ୍କା ଆୟ କରୁଥିଲା। ମହିଳା ଜଣକ ନିଖୋଜ ଥିବା ଦିନଠାରୁ ପୃଥିରାଜ ପାଖକୁ ନକଟିପାଲିର କିଛି ଯୁବକ ଆସି ପୃଥିରାଜ ପାଖକୁ ଆସି ପଚାରିଥିଲେ କିନ୍ତୁ ପୃଥିରାଜ ମୋ ଘରକୁ ଆସି ଅନ୍ୟ କେଉଁ ଆଡେ ଚାଲି ଯାଇଥିବା କଥା କହିଥିଲା। କିଛି ଦିନ ପରେ ପୁଣି ନକଟିପାଲିର ଯୁବକ ମାନେ ସକାଳୁ ସକାଳୁ ପୃଥିରାଜ ଘରକୁ ଆସି ଖୋଜାଖୋଜି କରୁଥିବା ବେଳେ ପୃଥିରାଜ ରଖିଥିବା କାଠ ଗଦାରେ ଅଖାବସ୍ତା ଘୋଡାଇ ହୋଇ ରହିଥିବା ଅବସ୍ଥାରେ ମହିଳା ଜଣକୁ ପାଇଥିଲେ। ଏହି ସମୟରେ ସେଠାରୁ ପୃଥିରାଜ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ତାକୁ ଧରି ଉତ୍ତମ ମଧ୍ୟମ ଦେଇ ବେଲୁଆମାଲ ଗ୍ରାମକୁ ଆଣି ଗ୍ରାମ ବାସୀଙ୍କୁ ଜିମା ଦେଇଥିଲେ। ମହିଳାଙ୍କ ପୁଅ ଏ ବିଷୟ ନେଇ ଥାନାରେ ରିପୋର୍ଟ କରିବା ପାଇଁ ଚାହୁଁନ ଥିବାରୁ ଗ୍ରାମର କିଛି ଭଦ୍ରବ୍ୟକ୍ତି ସରପଞ୍ଚ ଙ୍କୁ ଡାକି ସମାଧାନ ପାଇଁ ଜଣେଇ ଥିଲେ। ଆଉ କିଛି ଦିନ ପରେ ମହିଳାଙ୍କୁ ମଧ୍ୟପ୍ରଦେଶ କୁ ଚାଲାଣ କରିବା ଯୋଜନା ଥିଲା ବୋଲି ଜନସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।ଏନେଇ ଗ୍ରାମରେ ଏକ ସଭା ବସି ପୃଥିରାଜକୁ ତାଗିତ କରାଯାଇ ସୁଧୁରିଯିବା ପାଇଁ ଏକ ଚୁକ୍ତିନାମା ସରପଞ୍ଚଙ୍କ ଉପସ୍ଥିତିରେ ଲେଖା ଯାଇଥିଲା। ମାତ୍ର ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ଯୋଗୁଁ ମାମଲା ରୁଜୁ କରାଯାଇ ନଥିବା ପୁଲିସ କହିଛି।