Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ୩ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୦୧/୦୨
ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଶନିବାର ନିର୍ବାଚିତ ହେବା ପରେ କୋକସରା ବ୍ଲକ ଗସ୍ତ ରେ ଆସିଥିବା ବେଳେ ମୋଟେର ମଣ୍ଡଳ ପକ୍ଷରୁ ମୋଟେର ଠାରେ ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସମ୍ପାଦକ ଉଜାଲା କେତକୀ, ରାଧେଶ୍ୟାମ ଗୋପାଳ, ସୁଜିତ ସିଂ ରାଜପୁତ, ପୁରୁଷୋତ୍ତମ ରାଜପୁତ, ନାରିନେତ୍ରୀ କୁନ୍ତୀ ପାଳ, ପ୍ରତିମା ପୁଝାରି ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୋକସରା ମଣ୍ଡଳ ବିଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ବସନ୍ତ ନାଗ, ସମ୍ପାଦକ ତ୍ରିନାଥ ଶବର,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ବ୍ଲକ ସମ୍ପାଦକ ମନୋଜ ନାଏକ, ଦୈତାରି ବାରିକ,ଗଣେଶ ନନ୍ଦ, ସୁଶିଲ ପାଢ଼ୀ, ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ପ୍ରଧାନୀ, ରଞ୍ଜିତ ପୋଢ଼, ଧର୍ମାନନ୍ଦ ନେଗି, ନରେଶ ଗୁପ୍ତା,କ୍ଷୀରସିନ୍ଧୁ ନେଗି, ଶାରଳା ପ୍ରଧାନୀ,ପଞ୍ଚାନନ ବେଶ୍ରା ଓ ଅନ୍ୟମାନେ ଉପସ୍ଥିତ ରହି ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଦଲୀୟ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତେ ମିଳିମିଶି କେନ୍ଦ୍ର ମୋଦି ସରକାର ଙ୍କ ବିକଶିତ ଭାରତ ଓ ରାଜ୍ୟ ମୋହନ ସରକାର ଙ୍କ ବିକଶିତ ଓଡ଼ିଶାର ସ୍ୱପ୍ନ କୁ ସାକାର କରିବା ପାଇଁ ତୃଣମୂଳ ସ୍ତରରୁ ଲୋକଙ୍କ ସହ ଜଡିତ ହୋଇ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ତଳ ସ୍ତର ର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ପରେ ଆମପାଣି ଯାଇ ପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ କରିଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ସନ୍ତୋଷ ମାଝୀ।ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଙ୍କ ସହ ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।