Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ କ୍ଲବ କାର୍ଯ୍ୟକ୍ରମ।

କଳାହାଣ୍ଡି:୦୩/୦୩
ଜୟପାଟଣା ବ୍ଲକ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ସଭାପତି ଉମାଶଙ୍କର ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲପାଲି ସିଆରସିସି ବେଦବର ନିଆଲ, ମୁଖ୍ୟବକ୍ତା ଭାବେ ପୋଡ଼ାଖୋଲ ସିଆରସିସି ସନ୍ତୋଷ ରଥ, ସମ୍ମାନିତ ଅତିଥି ଭାବେ ବିମଳା ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ଗଣିତ ଶିକ୍ଷକ ସୁଜିତ୍ କୁମାର ସାହୁ, ବିଜ୍ଞାନ ଶିକ୍ଷୟତ୍ରୀ ଋଚିରା ନାୟକ ଉପସ୍ଥିତ ଥାଇ ଛାତ୍ର ଛାତ୍ରୀ ଙ୍କୁ ବିଜ୍ଞାନ ଓ ଗଣିତ ଅଭିମୁଖେ ସୃଜନାତ୍ମକ ଚିତନ ଆଣିବାକୁ ପ୍ରୟାସ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଗଣିତ ଖେଳ,ଏକକ ଅଭିନୟ, ଗଣିତ ପଜଲ , ଗଣିତ ସାଧାରଣ ଜ୍ଞାନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରେ ବିଜ୍ଞାନ ମଡେଲ, ବିଜ୍ଞାନ ସମ୍ପର୍କିତ ସତ୍ୟତା, ବିଜ୍ଞାନ ସମ୍ପର୍କିତ ସାଧାରଣ ଜ୍ଞାନ, ବିଜ୍ଞାନ ଭିତ୍ତିକ ଏକକ ଅଭିନୟ ପ୍ରଦର୍ଶନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଆକର୍ଷିତ କରାଯାଇଥିଲା। କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ରଞ୍ଜନ କୁମାର ବରିହା ମଞ୍ଚ ପରିଚାଳନା କରିଥିବା ବେଳେ ସୁଜିତ୍ କୁମାର ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଶିକ୍ଷକ କୋଟେଶ୍ୱର୍ ରାଓ, ଶଶିଭୂଷଣ ଦଳପତି, ଧରିତ୍ରୀ ଦାସ, ଦିବ୍ୟ ସେନି ଦୁର୍ଗା, ଉପମା ବାଗ, ଉଦ୍ଧବ ବାଗ ପ୍ରମୁଖ ସହଯୋଗ କରିଥିଲେ।