Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଲ ରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ରୀ ର ମୃତ୍ୟୁ,ଗାଁ ରେ ଶୋକାକୁଳ ପରିବେଶ।

କଳାହାଣ୍ଡି:୨୦/୦୩
ରିପୋର୍ଟ-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବ୍ରାହ୍ମଣ କେନ୍ଦୁଗୁଡା ନିକଟରେ କେନାଲ କୁ ଗାଧେଇବା କୁ ଯାଇ କେନାଲ ର ଗଭୀର ସ୍ରୋତ ରେ ବୁଡି ଜଣେ ୧୧ ବର୍ଷ ର ନାବାଳିକା ଝିଅ ର ମୃତ୍ୟୁ ହୋଇଛି। ସୂଚନା ମତେ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀ ଙ୍କ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ଝିଅ ରୁଚିକା ମାଝୀ(୧୧) ସ୍କୁଲ ରୁ ଫେରି ସାଙ୍ଗ ଙ୍କ ସହିତ ଗାଁ ନିକଟରେ ଥିବା କେନାଲ କୁ ଗାଧେଇବା ପାଇଁ ଯାଇ ପାଣି ରେ ବୁଡିଯିବା ପରେ ସାଙ୍ଗ ରେ ଥିବା ଝିଅ ଙ୍କ ଠାରୁ ଖବର ପାଇ ଲୋକେ।କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଖବର ଦେବାପରେ କର୍ମଚାରୀ ମାନେ ଘଟଣାସ୍ଥଳରେ ଆସି କେନାଲ ପାଣି ରୁ ଝିଅ ର ମୃତ ଦେହ ଠାବ କରିଥିଲେ। ସ୍ଥାନୀୟ କଲମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଝିଅ ର ଅକାଳ ମୃତ୍ୟୁ ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।