Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱେଚ୍ଛାସେବି ଅନୁଷ୍ଠାନ ରେଆର ତରଫରୁ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ସେଚ୍ଛାସେବୀ ଅନୁଷ୍ଠାନ ରେଆର, ବୈଧମାପ ନିୟନ୍ତ୍ରଣ ଶାଖା ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ର ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ଏନିଓସିସି ହଲ ଠାରେ ବିଶ୍ବ ଖାଉଟୀ ଅଧୁକାର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମାଝି ଯୋଗଦେଇ ଖାଉଟିମାନେ ସଚେତନ ହୋଇ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ କହିଥିଲେ I ଏଥି ସହିତ ନିଜ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଚେଷ୍ଟିତ ହେବା ସହ ସୁସ୍ଥ ଜୀବନ ପାଇଁ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଗୁରୁତ୍ବପୂର୍ଣ ବୋଲି କହିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଖାଉଟୀର ଅଧିକାର ସମ୍ପର୍କରେ ଆଲୋଚନା କରିବା ସହ ଖାଉଟୀ ଅଧିକାର ଦିବସ ପାଳନ ର ଶିର୍ଷକ ଦୀର୍ଘସ୍ଥାୟୀ ଜୀବନ ଚର୍ଯ୍ୟାକୁ ସମ୍ୟକ୍ ପରିବର୍ତ୍ତନ ପାଇଁ ରହିଥ‌ିବା ବିଭିନ୍ନ ସୁଚାଙ୍କ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଜିଲ୍ଲା ଖାଉଟୀ ବିବାଦ ମିମାଂସା ଆୟୋଗର ସଭାପତି ଶ୍ରୀଯୁକ୍ତ ଉପାନନ୍ଦ ପୁରୋହିତ ଖାଉଟୀ ଅଧିକାର ସୁରକ୍ଷା ଆଇନ, ଖାଦ୍ୟ ଅପମିଶ୍ରଣ ଆଇନ, ଔଷଧ ଓ ପ୍ରଶାଧନ ସାମଗ୍ରୀ ନିୟନ୍ତ୍ରଣ ଆଇନ୍‌ ତଥା ଦୀର୍ଘସ୍ଥାୟୀ ଜୀବନ ଚର୍ଯ୍ୟାପାଇଁ ଖାଉଟିଙ୍କ ଶିକ୍ଷା ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାଇଁ ଖାଉଟୀର ଅଧିକାର, ଦାୟିତ୍ଵ ଏବଂ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ଖାଉଟାମାନେ ମାନେ ଜିନିଷ କିଣିବା ବେଳେ ବିଲ୍‌ ଆଣିବା ପାଇଁ ଯେପରି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିବା ବେଳେ ବୈଧମାପ ଉପ-ନିୟନ୍ତ୍ରକ ଶ୍ରୀ ବାଗାରାଇ ସୋରେନ ଖାଉଟୀ ମାନେ ଜନିଷ କିଣିଲାବେଳେ ଓଜନ, ଆକାର ଏବଂ ଗୁଣବତତା ସମ୍ପକରେ ଧ୍ୟାନଦେବା ପାଇଁ ସୂଚନା ଦେବା ସହ ଗ୍ୟାସ୍ ଓ ପେଟ୍ରୋଲ କିଣିଲା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ଉପସ୍ଥାପନ କରିଥିଲେ । ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଯୋଗେଶ୍ଵର ସାଏ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଗୋପାଲ ଚନ୍ଦ୍ର ମଲ୍ଲିକ ଖାଉଟୀମାନେ ପ୍ରତିଦିନ ସେମାନଙ୍କ ଦୈନନ୍ଦିନ ଆବଶ୍ୟକ‌ତା ପାଇଁ ବ୍ୟବହାର ହେଉଥିବା ଜିନିଷ ଏବଂ ସେବା ଗ୍ରହଣ ସମୟରେ ସତର୍କତା ଅବଲମନ ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଙ୍ଗନଓ୍ବାଡି କର୍ମୀ , ସୁବର୍ଣ୍ଣପୁର ନସିଂ ସ୍କୁଲ , ସରକାରୀ ନସିଂ ତାଲିମ୍ କେନ୍ଦ୍ର ର ପ୍ରଶିକ୍ଷାର୍ଥୀ, ମହାନଦୀ ଧାରା ର ଶିକ୍ଷାର୍ଥୀ ଏବଂ ୱାନ ଷ୍ଟପ ସେଣ୍ଟର ସଖି , ହେଲ୍ମ ଟୁ ଅଦର୍ସ ର କର୍ମକର୍ତ୍ତା ମାନେ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ କୁ ସାଧାରଣ ସଂପାଦକ ଅନଙ୍ଗ ନେଗୀ ସମ୍ପାଦନା କରିଥିବାବେଳେ ମନୋଜ ସାଇଁ, ଅଞ୍ଜଳୀ ପଢା ରିଆ, ଟିକେଶ୍ଵର ବନଛୋର ଓ କିଶୋର ମୁଣ୍ଡା ସହଯୋଗ କରିଥିଲେ । ରେଆର ଖାଉଟି ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତା ସୁଦାମ ଗାଈଗରିଆ ଖାଉଟିଙ୍କୁ ଦିଆଯାଉଥିବା ପରାମର୍ଶ ଏବଂ ସେବା ସମ୍ପର୍କରେ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।